କ. ନୂଆଗାଁ ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ମୂଲ୍ୟାୟନକ

ନୂଆଗାଁ, ତା ୧୬/୦୩ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ର ମୂଲ୍ୟାୟନ କାର୍ଯ୍ୟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଲୋକ ପ୍ରଧାନ, ଗୋଷ୍ଠୀ ଶିକ୍ଷା ସାଧନକେନ୍ଦ୍ର ସଂଯୋଜକ ଶ୍ରୀ ଚୈତନ୍ୟ କହଁର ଏବଂ ଗୋଷ୍ଠୀ ସହଶିକ୍ଷାଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ହରିହର ମଲିକଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।ବ୍ଲକର ୧୧ଟି କ୍ଲଷ୍ଟରରେ ମୋଟ ୩୦ଟି

କ. ନୂଆଗାଁ ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ମୂଲ୍ୟାୟନକ

ମୂଲ୍ୟାୟନ କେନ୍ଦ୍ର ରେ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ୩୨୨ଜଣ ପୁରୁଷ ଓ ୮୮୩ଜଣ ମହିଳା ସମେତ ମୋଟ ୧୨୦୫ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରି ପରୀକ୍ଷା ଦେଇଥିଲେ।ପରୀକ୍ଷାର ସୁଚାରୁ ପରିଚାଳନା ପାଇଁ ୧୧ଟି କ୍ଲଷ୍ଟରର ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଙ୍କ ସହିତ ନ୍ୟୁ ଇଣ୍ଡିଆ ଲିଟରସିର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁ ଏବଂ ସାଧନ କର୍ମୀ ତଥା ପୂର୍ବତନ ବ୍ଲକ ସଂଯୋଜକ ସୁଜିତ୍ କୁମାର ଦାଶଙ୍କୁ

କ. ନୂଆଗାଁ ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ମୂଲ୍ୟାୟନକ

ନେଇ ୩ଟି ନିରୀକ୍ଷକ ଦଳ ଗଠନ କରାଯାଇଥିଲା। ଏହି ଦଳଗୁଡିକ ପରୀକ୍ଷା କେନ୍ଦ୍ରଗୁଡିକୁ ବୁଲି ପ୍ରତ୍ୟକ୍ଷ ତଦାରଖ କରିଥିଲେ।ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ଶୃଙ୍ଖଳାବଦ୍ଧ ଭାବରେ ପରୀକ୍ଷା କାର୍ଯ୍ୟ ସମାପନ ହୋଇଥିବାରୁ ସମସ୍ତ କେନ୍ଦ୍ର ପରିଚାଳକ, ପ୍ରଧାନ ଶିକ୍ଷକ, ସହ ପରିଚାଳକ, ସହକାରୀ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଶିକ୍ଷା ସ୍ୱେଚ୍ଛାସେବୀ (ଭି.ଟି.) ମାନଙ୍କୁ ସେମାନଙ୍କ ସ୍ୱେଚ୍ଛାକୃତ ଶିକ୍ଷଣ କାର୍ଯ୍ୟ ପାଇଁ କାର୍ଯ୍ୟାଳୟ ତରଫରୁ

କ. ନୂଆଗାଁ ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ମୂଲ୍ୟାୟନକ

ସାଧୁବାଦ ଜଣାଯାଇଛି।ସମସ୍ତ ଶିକ୍ଷା ସ୍ୱେଚ୍ଛାସେବୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହଯୋଗରେ ଆସନ୍ତା ଦିନରେ ‘ଉଲ୍ଲାସ’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ‘ଜନଜନ ସାକ୍ଷର’ ଅଭିଯାନ ଅନୁସାରେ ଏହି ବ୍ଲକ ଅନ୍ତର୍ଗତ ପ୍ରାୟ ୬୦୦୦ ନିରକ୍ଷରଙ୍କୁ ସାକ୍ଷର କରିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି।

You might also like
error: Content is protected !!