୩୭ତମ ବାର୍ଷିକ ତେରଶମ୍ଭୁ ମିଳନ ପାଇଁ ଅନୁକୂଳ ପୂଜାର୍ଚ୍ଚନା

ବାଲିଗୁଡ଼ା,୦୯/୦୩: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଆସନ୍ତା ୩୭ତମ ବାର୍ଷିକ ତେରଶମ୍ଭୁ ମିଳନ ସମାରୋହ ଆୟୋଜନ ପାଇଁ ମନ୍ଦିର ପରିସରରେ ଅନୁକୂଳ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଭକ୍ତିଭାବରେ ଅନୁଷ୍ଠିତ ହୋଇଯାଇଛି।ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ମନ୍ଦିର ଓ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ

୩୭ତମ ବାର୍ଷିକ ତେରଶମ୍ଭୁ ମିଳନ ପାଇଁ ଅନୁକୂଳ ପୂଜାର୍ଚ୍ଚନା

ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାସଙ୍କ ଆବାହକତ୍ୱରେ ଏହି ଅନୁକୂଳ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଆସନ୍ତା ଏପ୍ରିଲ ୫ ତାରିଖ ରବିବାର ଦିନ ୩୭ତମ ତେରଶମ୍ଭୁ ମିଳନ ଉତ୍ସବ ଆୟୋଜନ କରାଯିବାକୁ ପୂର୍ବରୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାକୁ ସଫଳ ଭାବେ ସମ୍ପନ୍ନ କରିବା

୩୭ତମ ବାର୍ଷିକ ତେରଶମ୍ଭୁ ମିଳନ ପାଇଁ ଅନୁକୂଳ ପୂଜାର୍ଚ୍ଚନା

ପାଇଁ ମା’ ପାଟଖଣ୍ଡା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଶ୍ରୀଶ୍ରୀ ମା’ ପାଟଖଣ୍ଡା ଓ ଶ୍ରୀଶ୍ରୀ ମା’ ଦକ୍ଷିଣକାଳୀଙ୍କ ଆଶୀର୍ବାଦ କାମନା କରାଯାଇଥିଲା।ଏହି ଅବସରରେ ପଞ୍ଚୁଦଣ୍ଡ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗର ମୁଖ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉତ୍ସବର ଶୁଭାରମ୍ଭ କରିଥିଲେ।

Smart Computer Ad
You might also like
error: Content is protected !!