ପେନସନ ବିରୋଧୀ ଭ୍ୟାଲିଡେସନ ବିଲ ବିରୋଧରେ ଆନ୍ଦୋଳନ ଜୋରଦାର ହେବ ସେବାନିବୃତ୍ତ ବିକାଶ ମଞ୍ଚ

ବ୍ରହ୍ମପୁର,(ବିଚିତ୍ର ସାହୁ):-

କେନ୍ଦ୍ର ସରକାର ସମଗ୍ର ଦେଶର ପେନସନ ଭୋଗୀଙ୍କ ବିରୋଧରେ ଗତ ମାର୍ଚ୍ଚ 2025 ରେ ସଂସଦରେ ଯେଉଁ ଭ୍ୟାଲିଡେସନ ବିଲ ପାରିତ କରି ପେନସନ ଭୋଗୀଙ୍କୁ ଅଷ୍ଟମ ବେତନ କମିଶନରେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ତାରି ବିରୁଦ୍ଧରେ ସମଗ୍ର ଦେଶରେ ଅସନ୍ତୋଷ ବ୍ୟାପୁଛି l ସର୍ବଭାରତୀୟ ପେନସନର୍ସ ଫେଡେରେସନ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ନିଆ ଯାଇଛି l ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଏନଜିଓ ହଲ ଠାରେ ଆୟୋଜିତ କାର୍ଯ୍ୟକାରୀ କମିଟି ବୈଠକରେ ସମ୍ପାଦକ ଅଶୋକ କୁମାର ଦଳେଇ ସୂଚନା ପ୍ରଦାନ କରିଥିଲେ l ସମସ୍ୟା ସମାଧାନ କରିବା ପରିବର୍ତ୍ତେ ପେନସନ ଭୋଗୀଙ୍କ ପ୍ରାପ୍ୟକୁ ସଂକୁଚିତ କରିବା ଓ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବା ମନ୍ଦ ଉଦ୍ୟେଶକୁ ବୈଠକରେ ରାଜ୍ୟ ସମ୍ପାଦକ ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ନିଖିକ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ କାମରାଜୂ ମହାରଣା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରାଜେନ୍ଦ୍ର କୁମାର ପଣ୍ଡା ତୀବ୍ର ବିରୋଧ କରିଥିଲେ l ଆଗାମୀ 25ତାରିଖ ଦିନ ଗଞ୍ଜାମର ଭଞ୍ଜନଗର, ଛତ୍ରପୁର ଉପଖଣ୍ଡରେ ଏବଂ ବ୍ରହ୍ଣପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ସହ ସମ୍ପୃକ୍ତ ଅଧିକାରୀଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ କରାଯିବ ଏବଂ କଳା ବ୍ୟାଜ ପିନ୍ଧି ଉକ୍ତ ଭ୍ୟାଲିଡେସନ ବିଲରେ ଅଗ୍ନି ସଂଯୋଗ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁବାଷ ଚନ୍ଦ୍ର ମିଶ୍ର,ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର,ସମୀର କୁମାର ଆଚାର୍ଯ୍ୟ, ଇ. କନ୍ୟାକୁମାରୀ, ଶାନ୍ତିଲତା ଦେବୀ, ବ୍ରଜେନ୍ଦ୍ର ଉପାଧ୍ୟାୟ, କୁମାର ସ୍ୱାମୀ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Smart Computer Ad
You might also like
error: Content is protected !!