ବାଲିଗୁଡାରେ ଦୋଳଯାତ୍ରା ଓ ହୋଲି ଉତ୍ସବରେ ଭକ୍ତିମୟ ପରିବେଶ

ବାଲିଗୁଡା, ୦୨/୦୩ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଦୋଳଯାତ୍ରା ଓ ହୋଲି ଉପଲକ୍ଷେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଫଗୁ ଦଶମୀଠାରୁ ପ୍ରତିଦିନ ସନ୍ଧ୍ୟାବେଳେ ପ୍ରତ୍ୟେକ ସାହିରେ ଶ୍ରୀଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ପକ୍ଷରୁ ଦୋଳ ବିମାନ ପରିକ୍ରମା କରାଯାଉଛି। ବିମାନରେ ବିରାଜମାନ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଭକ୍ତମାନେ ଗଭୀର ଭକ୍ତିଭାବରେ ପୂଜାର୍ଚ୍ଚନା କରୁଛନ୍ତି।ଘରେ ଘରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇ ସାହି ଓ ଗାଁ ପରିକ୍ରମା କରାଯାଉଛି। ପ୍ରକୃତିକୁ ସ୍ୱାଗତ କରିବା ପାଇଁ ଫଗୁଣ ନେଇଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି। ବର୍ଷକ ପରେ ମନ୍ଦିରରୁ ବାହାରି ଠାକୁର ଭକ୍ତମାନଙ୍କ ମଧ୍ୟରେ ପହଞ୍ଚିଥିବାରୁ ଅଞ୍ଚଳରେ ଅଲଗା ଉତ୍ସାହ ଓ ଆନନ୍ଦ ଦେଖାଯାଉଛି।ଭକ୍ତ ପରିବାରମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଉଥିବାବେଳେ କେହି

ବାଲିଗୁଡାରେ ଦୋଳଯାତ୍ରା ଓ ହୋଲି ଉତ୍ସବରେ ଭକ୍ତିମୟ ପରିବେଶ

ଫଗୁର ରଙ୍ଗରେ ରଙ୍ଗୀନ ହେଉଛନ୍ତି, ଆଉ କେହି ପ୍ରସାଦ ବଣ୍ଟନ କରି ପୁଣ୍ୟ ଅର୍ଜନ କରୁଛନ୍ତି। ଏହି ମହାମିଳନ ପର୍ବରେ ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।ହରିବୋଲ ଧ୍ୱନି, ହୁଳହୁଳି, ଶଙ୍ଖନାଦ ଓ ଭଜନ-କୀର୍ତ୍ତନରେ ସମଗ୍ର ଗାଁଦାଣ୍ଡ ଉଛୁଳିପଡୁଛି। ଦୋଳ ବିମାନକୁ କାନ୍ଧେଇ ସାହି ସାହି ବୁଲାଯାଇ ଦୋଳ ପୂଜା ଓ ଉତ୍ସବ ଉଦ୍ଯାପନ କରାଯାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରିଯାଇଛି।ଦୋଳଯାତ୍ରା ଓ ହୋଲି ପାଇଁ ସମଗ୍ର ବାଲିଗୁଡା ଅଞ୍ଚଳ ଏବେ ଚଳଚଞ୍ଚଳ ଓ ଭକ୍ତିମୟ ପରିବେଶରେ ମଗ୍ନ ହୋଇଉଠିଛି।

Smart Computer Ad
You might also like
error: Content is protected !!