ସାମ୍ବାଦିକ ଜଗଦାନନ୍ଦ ଦାଶଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ନ୍ୟୁଜ୍ ନର୍ଭର ସାମ୍ବାଦିକ ଜଗଦାନନ୍ଦ ଦାଶଙ୍କୁ ଗତ ୨୭ତାରିଖ ଦିନ ବୈକୁଣ୍ଠାନଗର ସ୍ଥିତ ତାଙ୍କ ବାସଭବନର କିଛି ଦୂରରେ ମରଣାତ୍ମକ ଆକ୍ରମଣ ହୋଇଛି । ଏକ ବେଆଇନ ନିର୍ମାଣକୁ କେନ୍ଦ୍ରକରି ଠିକାଦାର ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଦଳେ ଠିକାଦାର ସାମ୍ବାଦିକ ଜଗଦାନନ୍ଦ ଦାଶଙ୍କୁ ଆକ୍ରମଣ କରିଛନ୍ତି । ଉଭୟଙ୍କ ପକ୍ଷରୁ ବୈଦନାଥପୁର ପୋଲିସ ଥାନାରେ ଏତଲା ଦାୟର ହୋଇଛି । ଘଟଣା ଜଣାପଡିବା ପରେ ଉତ୍କଳ ସାମ୍ବାଦିକ ସଂଘ, ବ୍ରହ୍ମପୁର ଶାଖା ତରଫରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ସଂଘର ଏକ ଉଚ୍ଚସ୍ତରୀୟ ସାତଜଣିଆ ପ୍ରତିନିଧି ଦଳ ପୋଲିସ ଅଧିକାରୀଙ୍କୁ ଦେଖାକରି ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାମ୍ବାଦିକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇନଥିବା ନେଇ ପୋଲିସର ନିରପେକ୍ଷତା ଉପରେ ସଂଘ ପ୍ରଶ୍ନ ଉଠାଇଛି ।

Smart Computer Ad
You might also like
error: Content is protected !!