ଛତ୍ରପୁର,(ବିଚିତ୍ର ସାହୁ):-
ଫେବୃଆରୀ 28 କୁ ସମଗ୍ର ଭାରତ ବର୍ଷରେ ଜାତୀୟ ବିଜ୍ଞାନ ଦିବସରୂପେ ପାଳନ କରାଯାଥାଏ l 1930 ମସିହାରେ ଏହି ଦିନ ପ୍ରଖ୍ୟାତ ବୈଜ୍ଞାନିକ ସି. ଭି. ରମଣ ତାଙ୍କର ରମଣ ପ୍ରଭାବ ପାଇଁ ନୋବେଲ ପୁରସ୍କାର ପାଇଥିଲେ l ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉତ୍ସବ ରେ ପରିବେଶ ଵିତ ଶୁଳପାଣି ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଥିଲେ l ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା, ସମ୍ମାନିତ ଅତିଥି ରୂପେ ସରପଞ୍ଚ ବି. ସୁଦାମ, କେରାଣ୍ଡିତୋଳା ନାରାୟଣ ପୁର ୟୁ. ପି. ସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ଶତପଥୀ ଯୋଗ ଦେଇ ନୋବଲ ପୁରସ୍କାର, ସମାଜ ପ୍ରତି ବିଜ୍ଞାନର ପ୍ରୟୋଗ ସମ୍ପର୍କରେ ମତ ଦେଇ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ପ୍ରାରମ୍ବିକ ସୂଚନା ଦେଇଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ପାତ୍ର ଓ ସୁସ୍ମିତା ବେହେରା ବିଜ୍ଞାନ ଦିବସ ଉତ୍ସବ ପରିଚାଳନା କରିଥିଲେ l ଶିକ୍ଷକ ଯୁଧିଷ୍ଠିର ବେହେରା, ଭାଗିରଥି ମିଶ୍ର, ଜୟଶ୍ରୀ ଦୋରା, ଯମୁନା ରେଡ଼ି, ଉଷାରାଣୀ ମିଶ୍ର, ନନ୍ଦିନୀ ସେଠି, ପର୍ଶୁରାମ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଏନ. ସି. ସି. ଫାଷ୍ଟ ଅଫିସର ସୁଧାକର ବୋଳି ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବିଜ୍ଞାନ ଉପରେ ପରିଚାଳିତ ବିଭିନ୍ନ ପ୍ରତିଯୋଗୀଙ୍କୁ ଅତିଥିମନେ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ l
