ବେଲଘରର ତର୍ଗାବାଲି ଗ୍ରାମରେ ଆଡମ୍ବର ସହିତ ଡିମ୍ବୁଲି ମହୋତ୍ସବ ଅନୁଷ୍ଠିତ

ବାଲିଗୁଡା, ୨୭/୦୨ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ତର୍ଗାବାଲି ଗ୍ରାମରେ ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ଡିମ୍ବୁଲି ମହୋତ୍ସବ ଅତ୍ୟନ୍ତ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଓ ଆଦିବାସୀ ଭକ୍ତମାନେ ଯୋଗଦେଇ ମାଆ ଡିମ୍ବୁଲିଙ୍କୁ ପୂଜାର୍ଚ୍ଚନା କରିଥିଲେ।ପୂର୍ବକାଳରୁ ଏହି ଅଞ୍ଚଳର ଆଦିବାସୀ କୁଟିଆ କନ୍ଧ ସମ୍ପ୍ରଦାୟର ଲୋକମାନେ ମାଆ ଡିମ୍ବୁଲି ପାହାଡ଼କୁ ନିଜର ଆସ୍ଥା କେନ୍ଦ୍ର ଭାବେ ମାନି ପୂଜା କରିଆସୁଛନ୍ତି। ଚାରି ବର୍ଷ ହେଲା ‘ମାଆ ଡିମ୍ବୁଲି’ ନାମରେ ଏକ କମିଟି ଗଠନ କରାଯାଇ, ସୁସଂଘଟିତ ଭାବରେ ପୂଜା ପାଳନ ସହ ଡିମ୍ବୁଲି ମହୋତ୍ସବର ଆୟୋଜନ କରାଯାଉଛି। ଏହି ଅବସରରେ ଭଜନ, କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମୂହିକ ଭୋଜର ବ୍ୟବସ୍ଥା

ବେଲଘରର ତର୍ଗାବାଲି ଗ୍ରାମରେ ଆଡମ୍ବର ସହିତ ଡିମ୍ବୁଲି ମହୋତ୍ସବ ଅନୁଷ୍ଠିତ

କରାଯାଇଥିଲା।ଡିମ୍ବୁଲି ପାହାଡ଼ କେବଳ ଏକ ପୂଜାସ୍ଥଳୀ ନୁହେଁ, ଏହା ଭବିଷ୍ୟତରେ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିଉଠିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି। କିନ୍ତୁ ପାହାଡ଼କୁ ଯିବା ପାଇଁ ଉଚିତ ରାସ୍ତା ବ୍ୟବସ୍ଥା ନଥିବା ସହିତ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଅଭାବ ଥିବାରୁ ଏହି ପବିତ୍ର ସ୍ଥାନ ଓ ମହୋତ୍ସବ ରାଜ୍ୟସ୍ତରରେ ପ୍ରଚାର ପ୍ରସାର ପାଇ ପାରୁନାହିଁ ବୋଲି ଡିମ୍ବୁଲି ମହୋତ୍ସବ କମିଟିର ସଦସ୍ୟମାନେ କହିଛନ୍ତି।ସରକାର ଯଦି ଏଠାରେ ଯାତାୟାତ ସୁବିଧା ଓ ପର୍ଯ୍ୟଟନ ଢାଞ୍ଚାର ଉନ୍ନତି କରନ୍ତି, ତେବେ ଡିମ୍ବୁଲି ପାହାଡ଼ ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ଭାବେ ପରିଚିତ ହେବ ବୋଲି ଅଞ୍ଚଳବାସୀମାନେ ଆଶା ବ୍ୟକ୍ତ କରିଛନ୍ତି।

Smart Computer Ad
You might also like
error: Content is protected !!