ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା: ଆଦିବାସୀ ଲୋକନୃତ୍ୟରେ ମଞ୍ଚ ଦୁଲୁକିଲା

ବାଲିଗୁଡା : ୧୨/୦୨ ସୁକାନ୍ତ କୁମାର ତ୍ରିପାଠୀ

ଗତକାଲି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ଯାତ୍ରା ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ଆଦିବାସୀ ପାରମ୍ପରିକ ନୃତ୍ୟ ଓ ଗୀତରେ ମନୋମୋହନୀ ହୋଇଉଠିଥିଲା। କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କଳା ବିକାଶ କେନ୍ଦ୍ର”, ବାଲିଗୁଡା ପକ୍ଷରୁ ପ୍ରସ୍ତୁତ ଲୋକନୃତ୍ୟ ଓ ସଙ୍ଗୀତ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।ଅନୁଷ୍ଠାନର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ପଚିଶ ଜଣିଆ କଳାକାର ଦଳ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମାଷ୍ଟର ଚରଣ ବିନ୍ଧାଣୀ “ବାଦୁବାଦୁଲା”, “ରାଧା କୁଞ୍ଜବନିତାନି” ଓ “ସାନା ଗୀତ”କୁ ସୁମଧୁର କଣ୍ଠଦାନ କରିଥିଲେ। ବାଦ୍ୟୟନ୍ତ୍ରର ତାଳେ ତାଳେ କଳାକାରମାନେ ଉଚ୍ଚମାନର ନୃତ୍ୟ ଓ ଅଭିନୟ ପ୍ରଦର୍ଶନ

YouTube video
YouTube video

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା: ଆଦିବାସୀ ଲୋକନୃତ୍ୟରେ ମଞ୍ଚ ଦୁଲୁକିଲାଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା: ଆଦିବାସୀ ଲୋକନୃତ୍ୟରେ ମଞ୍ଚ ଦୁଲୁକିଲା

କରି ମଞ୍ଚକୁ ରଙ୍ଗିନ କରିଦେଇଥିଲେ। ଉପସ୍ଥିତ ଦର୍ଶକମାନେ ମଧ୍ୟ ସଙ୍ଗୀତର ତାଳରେ ଝୁମିଉଠିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରମୋଦ ଦଣ୍ଡସେନା, ପ୍ରସନ୍ନ ବିନ୍ଧାଣୀ, ଖିରୋଦ କୁମାର ଦଣ୍ଡସେନା, ରାଜେଶ ବେହେରା, ଦୀପ୍ତି ଜାନକୀ ଓ ସିମ୍ରନ୍‌ଙ୍କ ନୃତ୍ୟ ଓ ଅଭିନୟକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ ଯେ, କଳା ବିକାଶ କେନ୍ଦ୍ର ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲାକୁ ଗର୍ବିତ କରିଆସୁଛି ଓ ଆଜି ମଧ୍ୟ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ନାଚ ଗୀତ ମାଧ୍ୟମରେ ହୋଇଥିଲା ଏହା ପାଇଁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝୀ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଗାମୀ ଦିନରେ ଆହୁରି ସଫଳତା କାମନା କରିଛନ୍ତି।

You might also like
error: Content is protected !!