ବାଲିଗୁଡାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବାଲିଗୁଡା, ୯/୨ (ସୁକାନ୍ତ କୁମାର ତ୍ରିପାଠୀ):ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ବାଲିଗୁଡାରେ ପହଞ୍ଚିଥିଲେ। ଅପରାହ୍ନରେ ହେଲିକପ୍ଟର ଯୋଗେ ଆସିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜିଲ୍ଲାପାଳ ବେଦ ଭୂଷଣ, ଏସପି ହରିଷ ବିଶି, ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦି ପ୍ରମୁଖ ଉପ–ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।ସେହିପରି କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ସହିତ ଦଳୀୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନାବାଲିଗୁଡାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନାବାଲିଗୁଡାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନାବାଲିଗୁଡାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

YouTube video
YouTube video

ଜଣାଇଥିଲେ।ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉପ–ମୁଖ୍ୟମନ୍ତ୍ରୀ ସିଧାସଳଖ ପୂର୍ତ୍ତ ବିଭାଗ ବଙ୍ଗଳାକୁ ଯାଇଥିଲେ। ପରେ ସେ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁଭଦ୍ରା ଯୋଜନାର ହିତାଧିକାରୀ, ସ୍ୱୟଂସହାୟକ ମହିଳା ଗୋଷ୍ଠୀ ଓ ଲକ୍ଷପତି ଦିଦିମାନଙ୍କୁ ଉତ୍ସାହିତ କରିଥିଲେ। ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ସେ ପରାମର୍ଶ ଦେଇଥିଲେ।ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ, ସୁଭଦ୍ରା ଶକ୍ତି ମେଳାରେ ମହିଳାମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ଉଠାଇଥିଲେ।

You might also like
error: Content is protected !!