ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଧାନ ମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନଷ୍ଠିତ

ବ୍ରହ୍ମପୁର,ନ୍ୟୁଜ ନର୍ଭ: ଆଜି ଦିନ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରତିକ୍ଷୀତ ପରୀକ୍ଷା ପେ ଚର୍ଚ୍ଚା 26 କାର୍ଯ୍ୟକ୍ରମ ର ପ୍ରସାରିତ ହୋଇଛି। ସାରା ଦେଶରେ ସମସ୍ତ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ କର୍ମଚାରୀ ପ୍ରସାରିତ କାର୍ଯ୍ୟକ୍ରମର ଅବଲୋକନ କରି ଥିଲେ। ପ୍ରଧନମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ, ପରୀକ୍ଷା ପୂର୍ବ ର ମାନସିକ ଚାପ ଦ୍ଵାରା ପ୍ରଭାବିତ ନ ହୋଇ କିପରି ମାନସିକ ସନ୍ତୁଳନ ନ ହରାଇ,ସମୟର ଉପଯୋଗ କରିପାରିବେ ସେ ବିଷୟରେ ପରାମର୍ଶ ଦେଇ ଥିଲେ। ତତ୍ସହିତ ଆତ୍ମବିଶ୍ବାସର ସହିତ ପରୀକ୍ଷାର ସାମନା କରିବାକୁ ଉପଦେଶ ଦେଇ ଥିଲେ। ଉଚ୍ଚ କୋଟୀର ଏହି କାର୍ଯ୍ୟକ୍ରମ ଜ୍ଞାନ ବର୍ଦ୍ଧକ ଓ ପ୍ରେରଣାଦାୟୀ ଥିଲା। ପ୍ରଧାନଚାର୍ଯ୍ୟ ଶ୍ରୀ ଶିବାପ୍ରିୟ ଦାଶ, ଛାତ୍ର ଛାତ୍ରୀ ମାନଙ୍କ ସହ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଏଥିରେ ବିଦ୍ୟାଳୟ ର ସମସ୍ତ୍ କର୍ମଚାରୀ ସହଯୋଗ କରିଥିଲେ।

You might also like
error: Content is protected !!