ବାଲିଗୁଡା: ୩/୨ ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡା ଡ. ବିଭୂତିଭୂଷଣ ଆଦିବାସୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ. ବିଭୂତିଭୂଷଣ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ଏହି ନୂତନ ନିଯୁକ୍ତିକୁ ଉପଲକ୍ଷ୍ୟ କରି ମହାବିଦ୍ୟାଳୟ କର୍ମଚାରୀ ସଂଘ ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଧନା ପ୍ରଦାନ କରାଯାଇଛି।ଉଲ୍ଲେଖନୀୟ ଯେ, ଡ. ଆଚାର୍ଯ୍ୟ ୧୦ ସେପ୍ଟେମ୍ବର ୧୯୯୩ ମସିହାରୁ ଆଦିବାସୀ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। କନ୍ଧମାଳ ଜିଲ୍ଲାର ଲୋକସଂସ୍କୃତି ଓ ଲୋକସାହିତ୍ୟ ଉପରେ

ତାଙ୍କର ଡିଲିଟ୍ ନିବନ୍ଧ ଶିକ୍ଷା ମହଳରେ ପ୍ରଶଂସିତ।ଡ. ଆଚାର୍ଯ୍ୟ କନ୍ଧମାଳ ଜିଲ୍ଲା ଯୁବ ରେଡକ୍ରସ୍ର ସଂଯୋଜକ, ରେଡ୍ ରିବନ୍ କାର୍ଯ୍ୟକ୍ରମ ସହିତ ସଂପୃକ୍ତ ରହିଥିବା ସହ ଉତ୍କଳ ସମ୍ମିଳନୀର ପରିଷଦ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟରତ। ସେ ବନବାସୀ ସେବା ସମିତିର କାର୍ଯ୍ୟନିର୍ବାହୀ ସଦସ୍ୟ, ଜିଲ୍ଲା ରକ୍ତଭଣ୍ଡାର ସଦସ୍ୟ ଏବଂ ‘କୁରେଇ’ ମୁଖପତ୍ରର ମୁଖ୍ୟ ସମ୍ପାଦକ ଭାବେ ମଧ୍ୟ ପରିଚିତ।ତାଙ୍କର ସାମାଜିକ ଓ ଶିକ୍ଷାମୂଳକ ଅବଦାନ ପାଇଁ ସେ ପ୍ରକୃତି ବନ୍ଧୁ ପୁରସ୍କାର, ଯୁବ ରେଡକ୍ରସ୍ ଶ୍ରେଷ୍ଠ କାଉନସେଲର ପୁରସ୍କାର ଓ ରାଜୀବ ଗାନ୍ଧୀ ସେବା ସମ୍ମାନରେ ସମ୍ମାନିତ

ହୋଇଛନ୍ତି।ଏହା ସହିତ ଡ. ଆଚାର୍ଯ୍ୟ ଉଚ୍ଚ ମାଧ୍ୟମିକ ପରିଷଦର ଶୈକ୍ଷିକ ଓ ରିକଗ୍ନିସନ୍ କମିଟିର ନିର୍ବାଚିତ ସଦସ୍ୟ ଥିବା ସହ NEP–2020 ବିଷୟରେ ପ୍ରଶିକ୍ଷିତ ତାଲିମଦାତା ଭାବେ ମଧ୍ୟ ପରିଚିତ।ସମ୍ବର୍ଧନା ସଭାରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଡ. ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ଶିକ୍ଷା, ଶୃଙ୍ଖଳା ଓ ସାମଗ୍ରିକ ବିକାଶରେ ନୂତନ ଉଚ୍ଚତାକୁ ପହଞ୍ଚିବ।