ଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନ

ବାଲିଗୁଡା: ୨୮/୦୧ (ସୁକାନ୍ତ କୁମାର ତ୍ରିପାଠୀ)ଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଡ଼ ହୃଷିକେଶ ପଣ୍ଡା, ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ମଞ୍ଚସିନ ହୋଇ ଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଧ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ପଦ୍ମଚରଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଶଣ କରାଯାଇଥିଲା। ଏହା ପରେ ଅଧ୍ୟାପକ ଡ଼ ସୁଶାନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼ ବିଭୁତି ଭୂଷଣ

ଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନ

ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍କଳ ଭବିଷ୍ୟତ ନିମନ୍ତେ ଅତି ସୁନ୍ଦର ଉପଦେଶ ଦେଇଥିଲେ। ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ମାନ ପ‌ତ୍ର ସହ ଟ୍ରଫି ବିତରଣ କରାଯାଇଥିଲା। ଏହା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ ପାଳନକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ଅଧ୍ୟାପକ ହିମାଂଶୁ ଚରଣ ସାହୁ, ଅରୁନ୍ଧତୀ ପ୍ରଧାନ, ଅସୀମ କୁମାର ନାୟକ, ବିଦ୍ୟାଧର ଦେହୁରି ପରିଚାଳନା କମିଟି, ଛାତ୍ର,ଛାତ୍ରୀ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!