ବାଲିଗୁଡା: ୨୮/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ସଂସଦ ଦିନିକିଆ ଗସ୍ତ କରି ବାଲିଗୁଡା ଠାରେ ବିଭିନ୍ନ ପ୍ରକାର ପ୍ରକଳ୍ପର ଉଦଘାଟନ କରିଛନ୍ତି ।କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ବାଲିଗୁଡ଼ା ଏନ୍ ଏସି ଅନ୍ତର୍ଗତ ସମନ୍ବିତ ଅନୁସୂଚିତ ଜାତି ଓ ଜନଜାତି କାର୍ଯ୍ୟାଳୟ ସମ୍ମୁଖ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଜନସାଧାରଣ ଙ୍କ ପାଇଁ ପାଠାଗାର, ଆଦିବାସୀ ମହାବିଦ୍ୟାଳୟ ଠାରେ ନିର୍ମାଣ ହୋଇଥିବା ସହରାଞ୍ଚଳ ଛାତ୍ରୀ ନିବାସ, ମହା ବିଦ୍ୟାଳୟ ପରିସରରେ ନୂତନ ଶ୍ରେଣୀ ଗୃହକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ସାଂସଦଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରାଣୀତା ଦାସ, ଅନୁସୂଚିତ ଜାତି ଓ





![]()

ଜନଜାତି ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଏନ୍ ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ବ୍ଳକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ,ବାଲିଗୁଡା ବିଧାୟିକା ପ୍ରାର୍ଥୀନୀ କଳ୍ପନା କହଁର, ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ତୁମୁଡ଼ିବନ୍ଧ ବ୍ଳକ ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ର ପାଢ଼ୀ ଓ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ।
