ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
କୋଦଳା ଏନ୍ଏସିର ୱାର୍ଡ ନମ୍ବର ୧୦ ରେ ଥିବା ପୁରୁଣା ବାଉଣ୍ଡେରୀ ୱାଲକୁ ପୁଣି ଟେଣ୍ଡର କରାଯାଇଥିବା ଅଭିଯୋଗ ହୋଇଛି। ଯାହାର ଏଷ୍ଟିମେଟ ମୂଲ୍ଯ ୧୫,୬୨,୪୮୦.୩୯ ଟଙ୍କା। I କୋଦଳା ଏନ୍ଏସିରେ ୧ ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା ମଧ୍ଯରେ ୩୫ଟି ସର୍ଟ ଟେଣ୍ଡର କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସମରଜିତ୍ ମହାନ୍ତି କହିଛନ୍ତି l ନିର୍ଦ୍ଦିଷ୍ଟ ୫ ଜଣ ଠିକାଦାରଙ୍କୁ ସମସ୍ତ କାର୍ଯ୍ଯ ପ୍ରଦାନ କରାଯାଇଛି। ସୁ ଚିନ୍ତିତ ଭାବେ ଟେଣ୍ଡର ଫିକ୍ସିଙ୍ଗ କରାଇ ଦୁର୍ନୀତି ପାଇଁ ଉଦ୍ୟମ କରାଯାଇଛି। ସର୍ଟ ଟେଣ୍ଡର ମଧ୍ଯରୁ କେତେକ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ମିଥ୍ଯା ବିଲ୍ କରିବା ପାଇଁ ଯୋଜନା କରାଯାଇଛି। ସେହିଭଳି କୋଦଳା ଏନ୍ଏସିର ଜଝଙ୍ଗିଆ ବନ୍ଧ ପୁନରୁଦ୍ଧାର,ଉନ୍ନତିକରଣ ଓ ଦଳ ସଫା ନାମରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ବନ୍ଧ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହିଛି। ଘଟଣାର ତଦନ୍ତ ପାଇଁ ଅଭିଯୋଗ କରାଯାଇଛି । କୋଦଳା ଏନ୍ଏସିର ୱାର୍ଡ ନମ୍ବର ୨ ଦିଗାପଡା ପେଟ୍ରୋଲ ପମ୍ପ ନିକଟସ୍ଥ ହରିହର ନଗର ପେବର ରାସ୍ତା ଥିବା ସତ୍ତ୍ବେ ପୁଣି ପେବର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କରାଯାଇଛି। ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଟ ମୂଲ୍ଯ ୦୬,୮୦,୬୪୨.୭୧ ଟଙ୍କା । ଜାଣିଶୁଣି ମିଥ୍ଯା ବିଲ୍ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଇଛି। କୋଦଳା ଏନ୍ଏସିର ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ ପାଇଁ ସମରଜିତ୍ ମହାନ୍ତି ଦାବି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଶ୍ରୀ ମହାନ୍ତି କୋଦଳା ଏନ୍ଏସି କୁ ନେଇ ପ୍ରାୟ ୧୪ଟି ସୂଚନା ତଥ୍ଯ ମାଗିଥିବା ବେଳେ ୯ଟି ଆରଟିଆଇ ର ତଥ୍ଯ ପ୍ରଦାନ କରାଯାଇ ନାହିଁ।ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ବ୍ଲକର ଜିଲ୍ଲା କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ, ରାଜ୍ଯ ନେତା ସମରଜିତ୍ ମହାନ୍ତି ଓ ଜିଲ୍ଲା କମିଟି ସଦସ୍ଯ ଅଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
