ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା: ୧୬ /୦୧/(ସୁକାନ୍ତ କୁମାର ତ୍ରିପାଠୀ)
ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା ଜଣେ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହାକୁ ନେଇ ଉପଖଣ୍ଡ ଆରକ୍ଷୀ ଅଧୂକାରୀ ଶୁଭମ ଭୋସଲେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଞ୍ଚାୟତ ତିଲାପାଙ୍ଗା ଗ୍ରାମ ର ନକୁଳ ଦିଗାଳ(୩୯) କୁ ଆଜି ତାଙ୍କରି ଘରୁ ଧରିଛନ୍ତି । ଅଭିଯୁକ୍ତ ନକୁଳ ବାଲିଗୁଡ଼ା ଓ ଦାରିଙ୍ଗବାଡି ଥାନାରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୫ଗୋଟି କେଶ୍ ରହିଛି ଓ ଗୋଟିଏ ଗଞ୍ଜେଇ ମାମଲାରେ ପୁର୍ବରୁ ଜେଲ ଯାଇଥୁଲା ଏବଂ ହାଇକୋର୍ଟ ବେଲରେ ବାହାରକୁ ଆସିଥ୍‌ଲା I କିନ୍ତୁ ହାଇକୋଟର ନିର୍ଦ୍ଦେଶକୁ ଖାତିରି ନକରି ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ରହୁଥୁଲା । ଗତ ୨୦୨୫ ମସିହା ଏପ୍ରିଲ ମାସ ୨୦ ତାରିଖରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ପରୁଭଟ୍ଟା ଯଙ୍ଗଲର ଗୋଟିଏ ସ୍ଥାନରେ ୪୧୩ କେଜି ଠୁଳ କରି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ସେହି ସ୍ଥାନରେ ଚଢାଉ କରିଥିଲେ । କିନ୍ତୁ ପୋଲିସକୁ ଚକମା ଦେଇ ସେଠାରୁ ଫେରାର ହୋଇଯାଇଥୁଲା ଅଭିଯୁକ୍ତ I ଅନେକ ଦିନ ଧରି ପୋଲିସ ଅଭିଯୁକ୍ତ ନକୁଳକୁ ଖୋଜୁଥୁଲା I ବାଲିଗୁଡ଼ା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବଢ଼ାଉ କରିଥିଲେ ଓ ଆଜି ତାକୁ ଧରି କରି କୋର୍ଟ ଚାଲାଣ କରାଯାଇଛି ଓ ଆହୁରି ଅଧିକ ତଦନ୍ତ କରାଯାଉଛି ବୋଲି ଏସଡିପିଓ ଶୁଭମ ଭୋସଲେ ସୁଚନା ଦେଇଛନ୍ତି । ଏହି ସମୟରେ ଆଇଆଇସି ଶିବ ରଂଜନ ସିଂଘା ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!