୭୭ ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ସମାରୋହ 

ନୟାଗଡ଼(ପ୍ରଭାକର ଶିରୋମଣି)

 କଣ୍ଟିଲୋ.ନୀଳମାଧଵ ବିଦ୍ୟାପୀଠର ୧୯୭୭ ମସିହା ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରମାନେ ଏକତ୍ରିତ ହୋଇ ଏକ ବନ୍ଧୁ ମିଳନ ସମାରୋହ ଶ୍ରୀ ରାଧାମୋହନ ଜୀଉଙ୍କ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ୩୦ ଜଣରୁ ଉର୍ଦ୍ଧ୍ୱ ଛାତ୍ର ମନ୍ଦିର ପରିସରରେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଭାଵର ଆଦାନ ପ୍ରଦାନ କରି ଅତୀତର ସ୍ମୃତି ଚାରଣ କରିଥିଲେ l ଏତଦ ଉପଲକ୍ଷେ ଆୟୋଜିତ ଏହି ସଭାରେ ବରିଷ୍ଟ ସାମ୍ବାଦିକ ପ୍ରଭାକର ଶିରୋମଣି ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପୁରାତନ ଛାତ୍ର ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ଭବିଷ୍ୟତପାଇଁ ପ୍ରଭୂ ଶ୍ରୀ ନୀଳମାଧଵ ଓ ଶ୍ରୀ ରାଧାମୋହନଙ୍କ ନିକଟରେ ମଙ୍ଗଳ କାମନା କରିଥିଲେ l ଛାତ୍ର ମାନଙ୍କ ପକ୍ଷରୁ ଆସନ୍ତା ୨୦୨୭ ମସିହାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାପାଇଁ ସଭାର ସଂଯୋଜକ ସୁବୋଧ କୁମାର ଦାସ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ପ୍ରାକ୍ତନ ଛାତ୍ର ଅଶୋକ କୁମାର ମହାରଣା ଉପସ୍ଥିତସାଥି ମାନଙ୍କ ଉଦ୍ଦେଶ୍ୟ ରେ ବକ୍ତବ୍ୟ ରଖି ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ବାଲ୍ୟ ସାଥି ଭାଗିରଥି ସାହୁ ଓ ସହଦେଵ ମହାରଣlଙ୍କ ତିରୋଧାନ ହୋଇଯାଇଥିବାରୁ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ଛାତ୍ର ଗୋପାଳଚନ୍ଦ୍ର ଅଗ୍ରୱାଲ ଓ ସାଥିମାନେ ପ୍ରବଳ ଶୀତ ଓ ଜାଡ ହେଉଥିବାରୁ ଅସୁବିଧା ଭୋଗୁଥିବା ୩୦ଟି ପରିବାରଙ୍କୁ କମ୍ବଳ ବଣ୍ଟନ କରି ଆଶ୍ୱାସନା ଦେଇଥିଲେ l

You might also like
error: Content is protected !!