ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ ନୂତନ ବର୍ଷ 2026 କୁ ବହୁ ଆଡମ୍ବର ସହିତ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ ତା :-4.1.2026 କୁ ନୂତନ ବର୍ଷ ବହୁତ ଆଡମ୍ବର ଏବଂ ହର୍ଷ ଉଲ୍ଲାସର ସହିତ ପାଳନ କରାଗଲା, ସେଥିରେ ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ ସମସ୍ତ କଲୋନୀବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବା ସହିତ ଏହିବର୍ଷ ପାଇଁ କଲୋନୀର ସମସ୍ତ ପରିବାରଙ୍କ ମଙ୍ଗଳକାମନା କରି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ,ମନୋରଞ୍ଜନ କାର୍ଯ୍ୟକ୍ରମରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ Song Competition, musical chair ଏବଂ ଛୋଟ ଛୁଆମାନଙ୍କ ପାଇଁ Quize Competition ସହିତ ଅନେକ କାର୍ଯ୍ୟକ୍ରମ ରଖାଯାଇଥିଲା. ସେଥିରେ ଭାଗ ନେଇ ବିଜେତା ହୋଇଥିବା ସମସ୍ତଙ୍କୁ ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ ପୁରସ୍କୃତ କରିଥିଲେ. ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ ନୂତନ ବର୍ଷ 2026 କୁ ବହୁ ଆଡମ୍ବର ସହିତ ପାଳନଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ, ଉପସଭାପତି ଶ୍ରୀ ତ୍ରିନାଥ ସାହୁ, ସେକ୍ରେଟାରୀ ଶ୍ରୀ ତ୍ରିନାଥ ପାଢ଼ୀ, କୋଷାଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ଙ୍କ ସହିତ ଅମର ବିଳାସ ଜେନା, କୈଳାଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ପଞ୍ଚାନନ ସାମଲ, ବିପିନ ମିଶ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ, ଭିକାରୀ ବେହେରା, ନାଲୁ ମୁଦୁଲି, ନୀଳାମ୍ବର ବିଷୋୟୀ ସହଯୋଗ କରି କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ. ଶେଷରେ ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ.

You might also like
error: Content is protected !!