କଣ୍ଟିଲୋ,(ପ୍ରଭାକର ଶିରୋମଣି):-
ସ୍ଥାନୀୟ କୁଞ୍ଜବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ – ୨୦୨୫ ର ପୁରସ୍କାର ବିତରଣ ଉତ୍ସବ ଆଜି ସୋମବାର ଅନୁସ୍ଥିତ ହୋଇଯାଇଛି l ଏହି ଅବସର ବିଦ୍ୟାଳୟ ପରିସର ରେ ଆୟୋଜିତ ଏହି ପୁରସ୍କାର ବିତରଣ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା ସଭାପତିତ୍ୱ କରିଥିଲା ବେଳେ ଅତିଥି ଭାବେ କଣ୍ଟିଲୋ ପଞ୍ଚାୟତ ସରପଞ୍ଚ ଶ୍ରୀୟାରାଣୀ ବେହେରା, ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ, ସାମ୍ୱାଦିକ ପ୍ରଭାକର ଶିରୋମଣି ଓ ପରିଚାଳନା କମିଟି ସଭ୍ୟ ସରୋଜ କୁମାର ମିଶ୍ର ଯୋଗ ଦେଇ କ୍ରୀଡାର ଉପକାରିତା ସମ୍ପର୍କରେ ବିଭିନ୍ନ ମତ ପୋଷଣ କରିଥିଲେ l ଏହି ବାର୍ଷିକ କ୍ରୀଡା – ୨୦୨୫ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷୟିତ୍ରୀ ବାସନ୍ତୀ ପଣ୍ଡା ସଂଯୋଜନା କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କ୍ରୀଡା ଶିକ୍ଷକ ଶିକ୍ଷକ ରାଜୀବ ଲୋଚନ ନାୟକ ଓ ଇଂରାଜୀ ଶିକ୍ଷକ ନୀରଞ୍ଜନ କଦମସେଟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l