କ.ନୂଆଗାଁ ବ୍ଲକ ପଞ୍ଚାୟତ ସମିତିର ଏକାଦଶତମ ବୈଠକ

ବାଲିଗୁଡା,୩୦/୧୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ଏକାଦଶ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକକୁ ଜିପିଇଓ ସ୍ମୃତି ସାଗର ପ୍ରଧାନ ସଂଯୋଜନା କରିଥିବା ବେଳେ ସ୍ବାସ୍ଥ୍ୟ,ଶିଶୁ ବିକାଶ ଯୋଜନା,ପଶୁ ସମ୍ପଦ, କୃଷି, ଉଦ୍ୟାନ, ଜଳପରିମଳ, ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଯୋଗାଣ ବିଭାଗ, ଶିକ୍ଷା, ଗମନା ଗମନ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏହା ସହ ବ୍ଲକର ୧୪ ଟି ପଞ୍ଚାୟତରେ ଲାଗି ରହିଥ‌ିବା ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଉପସ୍ଥାପନା କରି ବିଭାଗୀୟ ଅଧୂକାରୀଙ୍କୁ ଅବଗତ କରିବା ସହିତ ଆଶୁ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଅଧ୍ଯକ୍ଷତା କରିଥିଲା ବେଳେ ମୂଖ୍ୟ ଅତିଥି ଭାବେ ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳୀ

କ.ନୂଆଗାଁ ବ୍ଲକ ପଞ୍ଚାୟତ ସମିତିର ଏକାଦଶତମ ବୈଠକ

ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ବ୍ଲକ ଉପାଧ୍ଯକ୍ଷ ଧବଳେଶ୍ବର ପାତ୍ର, ସହକାରୀ ନୀର୍ବାହୀ ଯନ୍ତ୍ରୀ ଇଂ.ଶୋଭମ ମହାପାତ୍ର ମଞ୍ଚାସୀନ ଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୂକାରୀ ଡାଃ ପ୍ରିୟବ୍ରତ ପାଣିଗ୍ରାହୀ, ବିଇଓ ପ୍ରମୋଦ କୁମାର ମଲ୍ଲିକ,ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁର, ବନପାଳ ଶୁଶାନ୍ତି କୁମାର ବୈଶାଖୀ, ଏପିଓ ତ୍ରିନାଥ ନାୟକ, ସିଡ଼ିପିଓ ସୋନିଆ ହେମ୍ବ୍ରମ, ମୂର୍ତ୍ତିକା ସଂରକ୍ଷଣ ଅଧୂକାରୀ ରବି ନାରାୟଣ ଭୂୟାଁ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା , ଗୋଷ୍ଠୀ କୃଷି ଅଧିକାରୀ ବିଭୁପଦ ଦାସ, ସହକାରୀ ଉଦ୍ୟାନ କୃଷି ଅଧୂକାରୀ ବିଭୁଦତ୍ତ ବିଶ୍ଵାଳ, ପିଇଓ ଅନୀଲ କୁମାର ପଟ୍ଟନାୟକ, ସିପି ରାକେଶ କୁମାର ସାହୁଙ୍କ ସମେତ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ,ସରପଞ୍ଚ,ସମିତି ସଭ୍ୟସଭ୍ୟା ଓ ବ୍ଳକର ବିଭିନ୍ନ ବିଭାଗୀୟ ପଦସ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ।

You might also like
error: Content is protected !!