ନୟାଗଡ଼(ପ୍ରଭାକର ଶିରୋମଣି):-
ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ଆଜି ବର୍ଷର ଶେଷ ରବିବାରରେ ନୀଳମାଧଵ ପୀଠରେ ପ୍ରବଳ ଭିଡ଼ ଲାଗି ରହିଥିଲା l ବିଶେଷତଃ ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା ବେଳେ ଦର୍ଶନ କରିବା ପାଇଁ ଧାଡି ରେ ବହୁ ସମୟ ଛିଡା ହେବାକୁ ପଡୁଥିଲା ଆଇନ ଶୃଙ୍ଖଳା ରକ୍ଷା ପାଇଁ କଣ୍ଟିଲୋ ଫାଣ୍ଡି ଓ ଖଣ୍ଡପଡା ଥାନା ପକ୍ଷରୁ ମୃତୟନ ହୋଇଥିବା ପୁଲିସ ଓ ହୋମ ଗାର୍ଡ ଯଥେଷ୍ଟ ନଥିଲା l ଦର୍ଶନ ସମୟରେ ସେବାୟତ ମାନେ ସହାୟତା କରୁଥିଲା ବେଳେ ଜଣପିଛା ଦକ୍ଷିଣା ପାଇଁ ମାତ୍ର ୧୦ ଟଙ୍କା ନେଉଥିବା ଯାତ୍ରୀ ତଥା ଦର୍ଶନାର୍ଥୀ କହୁଥିବା ଶୁଣିବାକୁ ମିଳି ଥିଲା l ମନ୍ଦିର ସିଂହ ଦ୍ୱାର ତଥା ପୂର୍ବ ଦ୍ୱାର ଓ ପଶ୍ଚିମ ଦ୍ୱାରରେ ବହୁ ଶ୍ରଦ୍ଧାଳୁ ଯାଉଥିଲା ବେଳେ ଦକ୍ଷିଣ ଦ୍ୱାରରେ ମଧ୍ୟ ଗହଳି ପାରିଲକ୍ଷିତ ହୋଇଥିଲା l ଉତ୍ତର ଦ୍ୱାର ଠାରେ ” ଶ୍ରୀ ନୀଳମାଧଵ ରୁ ଶ୍ରୀ ଜଗନ୍ନାଥ ” ମିଉଜିଅମ ଦେଖିବାକୁ ଭିଡ଼ ହୋଇଥିଲା l ରାଜ୍ୟ ରାଜ ପଥ ଦେଇ ଯାଇଥିବା କଣ୍ଟିଲୋ ମୂଖ୍ୟ ବଜାରରେ ଶହ ଶହ ଯାନ ବାହାନ ଯାତାୟତ ଯୋଗୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡୁଥିବା ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ l ଅପର ପକ୍ଷରେ କଣ୍ଟିଲୋ ଠାରୁ ଅନତି ଦୂରରେ ଥିବା ଅନ୍ୟ ଏକ ପର୍ଯ୍ୟଟନ କେନ୍ଦ୍ର ଗୋକୁଳାନନ୍ଦ ଜୀଉ ପୀଠ ସିଧାମୁଳା ମଧୁ କର୍ଣ୍ଣିକା ପାହାଡ଼ ପାଦ ଦେଶରେ ନୂଆ ବର୍ଷ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆସୁଥିବା ଛାତ୍ର ଛାତ୍ରୀ ଓ ବିଭିନ୍ନ କ୍ଲବ ସହିତ ସରକାରୀ ଅନୁଷ୍ଠାନର ଅଧିକାରୀ ମାନେ ଏହି ପିକନିକ ସ୍ପଟ କୁ ଆସି ପାହାଡ଼ ଉପରୁ ମହାନଦୀର ସ୍ବର୍ଗୀୟ ସୁଷମା ଓ ଅସ୍ତ ଗାମୀ ସୂର୍ଯ୍ୟର ଅବିସ୍ମରଣୀୟ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ଫେରି ଥାନ୍ତି l ଶାନ୍ତି ଶୃଙ୍ଖଳା ପାଇଁ କଣ୍ଟିଲୋ ଫାଣ୍ଡି ସହକାରୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଓ କନେଷ୍ଟବଳ ନିୟୋଜିତ ଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିବା ବେଳେ ଆସନ୍ତା ନୂଆବର୍ଷ ୧ ତାରିଖ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକ ଅଧିକ ପୁଲିସ ଫୋର୍ସ ନିୟୋଜିତ କରିବା ସହିତ କଣ୍ଟିଲୋ ନୀଳମାଧଵ ମନ୍ଦିର ଓ ସିଧାମୁଳା ଗୋ�