ବାଲିଗୁଡା ଉପଖଣ୍ଡ ରେ ବଡଦିନ ପାଇଁ ଦୁଇଦିନ ସରକାରୀ ମଦ ଦୋକାନ ବନ୍ଦ


ବାଲିଗୁଡା: ୨୪/୧୨ (ସୁକାନ୍ତ କୁମାର ତ୍ରିପାଠୀ)
ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖ ପାଖ ଅଞ୍ଚଳ ରେ ବଡଦିନ ଉତ୍ସବ ଓ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳନ ହେବ ସେ ନେଇ ଓଡ଼ିଶା ଉତ୍ପାଦ ଶୁଳ୍କ ଆଇନ, ୨୦୦୮ ର ଧାରା ୨୬ (୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାରଖାମା, ତୁମୁଡିବନ୍ଧ, ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ଗୁଡ଼ିକ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ୨୪ ଓ ୨୫ ତାରିଖ ଦୁଇଦିନ ବନ୍ଦ ରହିବା ପାଇଁ ଜିଲ୍ଲା ସ୍ତରୀୟ ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ନିର୍ଦେଶ କରିଛନ୍ତି।

Smart Computer Ad
You might also like
error: Content is protected !!