ବାଲିଗୁଡା, ୧୯/୧୨ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗାଁରେ ଅମ୍ବୃତ ଭଣ୍ଡା ଉପରେ ପଡ଼ିବା ଯୋଗୁଁ ମହିଳାଙ୍କ ଗତକାଲି ମୃତ୍ୟୁ ଘଟିଛି। ମହିଳାଙ୍କ ଅକାଳ ମୃତ୍ୟୁ ନେଇ ବାଲିଗୁଡ଼ା ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ମୁତାବକ ମୃତ ମହିଳା ହେଲେ ଚନ୍ଦ୍ରକଳା ଦିଗାଲ ଗଛରୁ ଅମ୍ବୃତ ଭଣ୍ଡା ତୋଳିବା ସମୟରେ ହଠାତ୍ ମହିଳାଙ୍କ ଛାତିରେ ଅମ୍ବୃତ ଭଣ୍ଡା ପଡ଼ିଥିଲା ଯାହା ଫଳରେ ସେ ଅଚେତ୍ ହୋଇ ପଡ଼ିଯାଇଥିଲେ ପରିବାର ଓ ସମ୍ପର୍କୀୟ ସଙ୍ଗେ ସଙ୍ଗେ ତାଙ୍କୁ
ବାଲିଗୁଡ଼ା ଉପଖଣ୍ଡ ଚକିତ୍ସାଳୟକୁ ପହଞ୍ଚେଇଥିଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହିଳାଙ୍କ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି। ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ମେଡିକାଲରେ ପହଞ୍ଚି ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କିଭଳି ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି।
