ନୟାଗଡ଼(ପ୍ରଭାକର ଶିରୋମଣି):-
ଖଣ୍ଡପଡା ବ୍ଳକ ଶିକ୍ଷା ବିଭାଗ ଅଧୀନରେ ଥିବା କଣ୍ଟିଲୋ ଗ୍ରାମ ପଞ୍ଚାୟତ ପାଣୁ ସାହୁ ପାଟଣା ସ୍ଥିତ ସରକାରୀ ରାଧାନାଥ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଜି ମଙ୍ଗଳବାର ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି କାର୍ଯ୍ୟ କ୍ରମରେ ” ଆସ ସ୍କୁଲ ଯିବା- ୨୦୨୬-୨୭ ବିଷୟରେ ଆଲୋଚନା କରାଯାଇଥିଲା l ଯେଉଁ ପଲାମାନେ ଅଧାରୁ ସ୍କୁଲ ରୁ ପାଠପଢା ଛାଡି ଘରକୁ ଫେରି ଯାଇ ବିଦ୍ୟାଳୟ ଯାଉ ନାହାନ୍ତି ତାହାର ପ୍ରତିକାର ସମ୍ପର୍କ ରେ ସାଧନ କର୍ମୀ ସଂଯୋଜକ ମନୋଜ କୁମାର ସାହୁ ଏହି ସଭାର ଉଦ୍ଦେଶ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମୌଳିକ ସ୍ଵାକ୍ଷରଟା ଓ ସଂଖ୍ୟା ଜ୍ଞ୍ୟାନ, ୨୬ – ୨୭ ଶିକ୍ଷା ବର୍ଷ ସୁଦ୍ଧା ୩ ୟ ଶ୍ରେଣୀ ସମାପ୍ତି ବେଳକୁ ସମସ୍ତ ମୌଳିକ ସକ୍ଷରତା ଦିଗରେ ବିକାଶ ମୂଳକ ଲକ୍ଷ୍ୟ ସମ୍ପର୍କ ରେ ଆଲୋକ ପାତ କରି ଉପସ୍ଥିତ ବିଦ୍ୟାଳୟ କମିଟି ସଭାପତି ଶିକ୍ଷକ ଶିକ୍ଷୟିତ୍ରୀ ଅଙ୍ଗନ ବାଡ଼ି କର୍ମୀ ତଥା ନିମନ୍ତ୍ରିତ ଅତିଥି ମାନଙ୍କ ସହଯୋଗ କାମନା କରିଥିଲେ l ଏହି କାର୍ଯ୍ୟ କ୍ରମରେ ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି, କଣ୍ଟିଲୋ ସରପଞ୍ଚ ଶ୍ରୀମତୀ ଶ୍ରୀୟାରାଣୀ ବେହେରା, ସ୍ଥାନୀୟ କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା ଓ ନୀଳମାଧବ ନୋଡାଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବାରିକ ଯୋଗଦାନ କରି ସରକାରଙ୍କ ଆଭିମୁଖ୍ୟ ପ୍ରତି ସଫଳତା କାମନା କରି ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟ କୁ ଅଣା ଯାଇ ପାରିବ ସେମାନଙ୍କର ମତ ପ୍ରକାଶ କରିଥିଲେ l ଶେଷରେ ବିନୋଦ ବିହାରୀ ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ l ଏତଦ ଉପଲକ୍ଷେ ଉପସ୍ଥିତ ଅତିଥି ଓ ଶିକ୍ଷକଙ୍କ ସହିତ ସମସ୍ତ ସଭ୍ୟ ଶପଥ ପାଠକରିଥିଲେ l