ବାଲିଗୁଡା: ୧୩/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଗାଁ ଦିବସ ସମ୍ମାନ ଓ କଲକ୍ଷେତ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗ୍ରାମାଞ୍ଚଳ ରେ ଲୁଚିରହିଥିବା ପାରମ୍ପରିକ କଲା ଓ କଳାକାର ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଧେଶ୍ୟ ରେ କଲା ସଂସ୍କୃତି ର ପ୍ରଚାର ପ୍ରସାର ଓ ବିକାଶ ଉପରେ କାର୍ଯ୍ୟକ୍ରମ ଜାରି ରଖିଥିବା ରାଜ୍ୟ ର ଅଗ୍ରଣୀ କଳାକାର ସଂଗଠନ କଲକ୍ଷେତ୍ର ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ହଜାରେ ରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲା I କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଲା ସଙ୍ଘ ର ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ କଳାକ୍ଷେତ୍ର ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ ଚଳଚିତ୍ର ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ମୁଖ୍ୟ ଅତିଥି ଭାବରେ

ଯୋଗଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଲାକ୍ଷେତ୍ର ର ପ୍ରତିଷ୍ଠାତା ସଦସ୍ୟ ତଥା ସମ୍ପାଦକ ବାସୁଦେବ ମାଳବିଶୋଇ, ଫୁଲବାଣୀ ବିଧାୟକ ଉମାଚରଣ ମଳିକ,ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି,ବରିଷ୍ଠ ବିଜେପି ନେତା ସଞ୍ଜିତ ମଣ୍ଡଳ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ, ସଂସଦ ପ୍ରତିନିଧି ଗୋଲକ ବିହାରୀ କହଁର,ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ନାଟ୍ୟ ନିର୍ଦେଶକ ମହାଦେବ ସାହୁ ପରିଚଳନା କରିଥିଲେ I କାର୍ଯ୍ୟକ୍ରମ ଆରମ୍ଭ ରେ ଏକ ବିରାଟ ସାଂସ୍କୃତିକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ଯାଉଥିଲେ ଜିଲ୍ଲାର ପ୍ରାୟ ଚାଳିଶ ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ I ପରେ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ର ଆଦିବାସୀ ନୃତ୍ୟ ରେ ଦର୍ଶକ ବିମୋହିତ ହୋଇ ଥିବା ବେଳେ

ବାଲିଗୁଡା ର ବରିଷ୍ଠ ସାମ୍ୱାଦିକ ତଥା ମଞ୍ଚ ଅଭିନେତା ପ୍ରମୋଦ ଙ୍କୁ କଳାକ୍ଷେତ୍ର ପକ୍ଷରୁ ସମ୍ମାନୀତ କରାଯାଇ ଥିଲା,ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ପ୍ରାୟ ସହେ ଜଣ ପାରମ୍ପରିକ କଳାକାର କୁ ସମ୍ମାନିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ୱାରା କଳାଗ୍ରାମ ଲୋଗୋ ଉନ୍ମୋଚନ କରାଯାଇଥିଲା ଉ କାର୍ଯ୍ୟକ୍ରମ ରେ ପାରମ୍ପରିକ ଲୋକ କଳାକାର ସଙ୍ଘ ର ସଦସ୍ୟା ସପ୍ନରାଣୀ କର୍ଣ୍ଣ, ସମ୍ପତି ଦିଗାଳ, ଲୀଳାବତୀ ଦିଗାଳ, ସାଙ୍ଗର ସମ୍ପାଦକ ପ୍ରଭାତ ବେହେରା, ଦୁଃଖିଶ୍ୟାମ ନାଏକ, ଅର୍ଜୁନ ମଳିକ ଙ୍କ ସହ ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିରହି ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ I