ଟାଙ୍ଗଣା ପଲ୍ଲୀ ହାଇସ୍କୁଲର ଵାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତଆସ୍ତିଵାଚକ ଲକ୍ଷନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ପରାମର୍ଶ
ଛତ୍ରପୁର,(ବିଚିତ୍ର ସାହୁ):-
ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ଵିଡ୍ୟାପୀଠର ଵାର୍ଷିକ କ୍ରୀଡା ଉତ୍ସଵ ପ୍ରଧାନ ଶିକ୍ଷକ ଵିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା କ୍ରୀଡା ପରିଦର୍ଶକ ଭାଗିରଥି ସ୍ୱାଇଁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ମନୋଭାବ ନେଇ ଅଧ୍ୟୟନ ସହ ଖେଳ କୁଦରେ ଅଂଶ ଗ୍ରହଣ କରି ବିଦ୍ୟାଳୟର ସୁନାମ ବଢାଇବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ନିଜର ଛାତ୍ର ଜୀବନର ଓ ଶିକ୍ଷକ ସମୟର ସ୍ମୃତି ଚାରଣ କରି ବିଦ୍ୟାର୍ଥୀ ମାନେ ନାସ୍ତିବାଚକ ଚିନ୍ତା ପରିହାର କରି ନିର୍ଦ୍ଧିଷ୍ଟ ଲକ୍ଷ,ଜ୍ଞାନ ଅର୍ଜନ, କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟବ୍ୟସାୟ ସହ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ତଥା ପୁରାତନ ଛାତ୍ର ବି. ସୁଦାମ ବିଦ୍ୟାଳୟର ସୁନାମ ଆଣିବା ପାଇଁ ପରାମର୍ଶ ଦେଇଥିଲେl ଅନ୍ୟତମ ଅତିଥି ରୂପେ ସମିତି ସଭ୍ୟ ପ୍ରତିନିଧି ଅମରେଶ୍ୱର ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ନନ୍ଦିନୀ ସେଠି କ୍ରୀଡା ଉତ୍ସବର ବିବରଣୀ ପ୍ରଦାନ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ,ଯୁଧିଷ୍ଠିର ବେହେରା, ଏନ ସି ସି ଅଫିସର ସୁଧାକର ବଳି,ବିଜୟ ଲକ୍ଷ୍ମୀ ପାତ୍ର, ଜୟଶ୍ରୀ ଦୋରା,କୈଳାଶବେହେରା, ଉଷାରାଣୀ ମିଶ୍ର, ଭାଗିରଥି ମିଶ୍ର, ବିଜୟ କୁମାର ସାହୁ, ସସ୍ମିତା ବେହେରା, ପର୍ଶୁରାମ ପାତ୍ର ପ୍ରମୁଖ ଖେଳ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l ଅଭିରାମ ସାହୁ ମଞ୍ଚ ସଂଯୋଜନା କରିଥିଲେ l ଅତିଥି ମାନେ କ୍ରୀଡା ଉତ୍ସବ ପତାକା ଉତ୍ତୋଳନ କରିଥିଲେ l ଶେଷରେ ପ୍ରଥମ ଦିବସର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l