ମନ୍ତ୍ରୀ ଡ ଲକ୍ଷ୍ମୀଙ୍କୁ ଭେଟିଲେ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସେବା, ସମର୍ପଣ ଓ ତ୍ୟାଗର ପ୍ରେରଣା ଗଞ୍ଜାମ ଜିଲ୍ଲା,ବ୍ରହ୍ମପୁର ମାଟିର ଗର୍ବ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କେ.ଲକ୍ଷ୍ମୀ ବାଇଙ୍କୁ ଭାବାନଗର ସ୍ଥିତ ନିଜ ବାସଭବନରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ଥିଲେ l ଡ଼ା. କେ. ଲକ୍ଷ୍ମୀ ବାଇଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ନିରାମୟତା ଓ ଦୀର୍ଘାୟୁ ପାଇଁ ଶୁଭକାମନା ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ଜେନା ଶ୍ରୀ ଜଗନ୍ନାଥଙ୍କ ଏକ ଫୋଟ ଚିତ୍ର ପ୍ରଦାନ କରିଥିଲେ । ଡ଼ା. କେ.ଲକ୍ଷ୍ମୀ ବାଇ ହେଉଛନ୍ତି ଦେଶ ସ୍ବାଧୀନତା ପୂର୍ବର ୧୯୪୫ ମସିହାର ଏସସିବି କଲେଜ ପ୍ରଥମ ବ୍ୟାଚର ଡ଼ାକ୍ତରୀ ଛାତ୍ରୀ । ପୂର୍ବତନ ସ୍ତ୍ରୀରୋଗ ବିଶେଷଜ୍ଞ ଡା. କେ. ଲକ୍ଷ୍ମୀ ବାଇ ନିଜର ସ୍ବଇଚ୍ଛାରେ ସଞ୍ଚିତ ୩ କୋଟି ୪୦ ଲକ୍ଷ ଟଙ୍କାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସ୍ତ୍ରୀ ରୋଗ (କର୍କଟ) ଚିକିତ୍ସା ସେବା ପାଇଁ ଦାନ କରି ମାନବତା, ସମର୍ପଣ ଓ ତ୍ୟାଗର ଅଦ୍ଭୁତ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି l ମନ୍ତ୍ରୀ ଶ୍ରୀ ଜେନା ସ୍ୱାଗତ ଜଣାଇ ପ୍ରଶସାଂ କରିବା ସହ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବରିଷ୍ଠ ନେତା କାହ୍ନୁ ଚରଣ ପତି,ସୁନିଲ କୁମାର ସାହୁ,ପ୍ରଭାତ କିରଣ ଷଡ଼ଙ୍ଗୀ, ସରସ୍ୱତୀ ଦେବୀ,ଏସ୍.ରାଣୀ,ଶିବ ଶଙ୍କର ନାୟକ, ମଦନ ମୋହନ ପାତ୍ର,ଯୁବ ନେତା ସୁନିଲ ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l

You might also like
error: Content is protected !!