ଠକେଇ ମାମଲାରେ ପୋଷ୍ଟ ମାଷ୍ଟର ଗିରଫ

ବାଲିଗୁଡା: ୦୪/୧୨ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସାଇନପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ପୋଷ୍ଟ ଅଫିସରେ ୨୦୨୧ ମସିହା ଠାରୁ ବିପିଏମ ଭାବେ କାର୍ଯ୍ୟରତ ଥିଲେ l ସେ ସବୁଦିନ ପରି ବାଲିଗୁଡ଼ା ଭଗାମୁଣ୍ଡା ଠାରେ ରହି ସାଇନ୍ ପଡା କାର୍ଯ୍ୟ ସୁଳକୁ ଯିବା ଆସିବା କରୁଥିଲେ lଗ୍ରାମଞ୍ଚଳର ଲୋକଙ୍କ ଟଙ୍କାରେ ସୁକନ୍ୟା ଯୋଜନା,ଫିକ୍ସ,ଆରଡ଼ି ସହ ବିଭିନ୍ନ ଯୋଜନାରେ ପୋଷ୍ଟ ଅଫିସରେ ବାନ୍ଧିବା ପାଇଁ ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଜଣା ପଡିଛି l ଲୋକେ ଠକେଇର ଶିକାର ହୋଇ ପ୍ରଘଟ ପରେ ଅଭିଯୁକ୍ତ ଛୁଟି ନେଇ ଫେରାର ହୋଇଥିଲେ lଏନେଇ ଗତ ସେପମ୍ବର ୩୦ ତାରିଖରେ ସାଇନ୍ ପଢାର କଳ୍ପନା ମଲ୍ଲିକ, ରୁକ୍ୱିଣୀ ବେହେରା, ପ୍ରାଣକୃଷ୍ଠ ମହାପାତ୍ର କ.ନୂଆଗାଁ ଥାନାର ଦ୍ଵାରସ୍ତ ହୋଇଥିଲେ lଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି ଗତକାଲି ବ୍ରହ୍ମପୁରର ପାର୍କ ସାହିରୁ ଅଭିଯୁକ୍ତ ରମେଶ ସାହୁ (୩୨) କୁ ଗିରଫ କରି ଥାନା କେସ ନମ୍ବର ୧୪୮/୨୫ ଋଜୁ କରି ୪୦୬, ୪୨୦ ଧାରାରେ ଆଜି କୋର୍ଟକୁ ପଠାଇ ଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l

You might also like
error: Content is protected !!