ନୟାଗଡ଼(ପ୍ରଭାକର ଶିରୋମଣି):-
କଣ୍ଟିଲୋ ମାଧବ ଚୌଧୁରୀ ପାଟଣା ସନ୍ନିକଟ ଖେଳ ପଡିଆରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ମଙ୍ଗଳ ବାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ଏହି ଅବସରର ରେ ନୀଳମାଧଵ ମନ୍ଦିରକୁ ପ୍ରଭାତ ଫେରି ମାଧ୍ୟମରେ ଶତାଧିକ ଛାତ୍ର ଛାତ୍ରୀ ଯାଇ ପୂଜାର୍ଚ୍ଚନା କରି ମଶାଲ ପ୍ରଜ୍ଜ୍ୱଳନ କରିଥିଲେ l ଏହି କ୍ରୀଡା ରେ ୫୦ ମିଟର,୧୦୦ ମିଟର , ଅଖା ଦୌଡ଼, ଧୀର ସାଇକେଲ ଚାଳନା, ଲମ୍ବା ଡିଆ,ଉଚ୍ଚା ଡିଆ, ଏକ ଗୋଡ଼ିକିଆ ଦୌଡ଼, ଲୁହା ଥାଳିଆ ଫିଙ୍ଗା ଓ ଲୁହା ଗୋଲି ଫିଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କନିଷ୍ଟ ବିଭାଗ ଅରୁଣ, ଉଦୟ, ପ୍ରଥମ ଦ୍ୱିତୀୟ ଶ୍ରେଣୀ ଠାରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନେ ୫୦ ମିଟର ଦୌଡ଼ ପ୍ରତିଯୋଗିତା ଭାଗ ନେଇଥିଲା ବେଳେ ବଡ଼ ପିଲାଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ୧୦୦ ମିଟର ଦୌଡ଼, ବାଟି ଚାମୁଚ, ମିଉଜିକ ଚେୟାର ଓ ଛୁଞ୍ଚି ସୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ପ୍ରଦୀପ କୁମାର କର ଙ୍କ ଠାରୁ ପ୍ରକାଶ l ଏହି କ୍ରୀଡା ପ୍ରତିଯୋଗିତା କୁ ପ୍ର୍ରଧାନ ଗୁରୁଜୀ କାଶୀନାଥ ମହାରଣା ଙ୍କ ସହିତ ସମସ୍ତ ଗୁରୁ ଓ ଗୁରୁ ମା’ ମାନେ ପରିଚାଳନା କରିଥିଲେ l …………………….