ଆପଣଙ୍କ ବିଛଣାରେ ଓଡ଼ଶ ହେଉଛି କି?, ତେବେ ବ୍ୟବହାର କରନ୍ତୁ ଏହି ସବୁ ଉପାୟ.

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଆମେ ଅଧିକାଂଶ ସମୟରେ ଆମ ବିଛଣାରେ ଓଡ଼ଶ ହୋଇଯାଇଥିବାର ଲକ୍ଷ୍ୟ କରିଛେ । ଏଗୁଡିକ ଖୁବ୍ ସାଧାରଣ । କିନ୍ତୁ ଏହି ଓଡ଼ଶକୁ ଦୂର କରିବା ଖୁବ୍ କଷ୍ଟକର ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଚିନ୍ତାର ବିଷୟ ପାଲଟି ଯାଇଥାଏ ।ବିଛଣାକୁ ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ନ ରଖିବା ଦ୍ବାରା ଓଡ଼ଶ ଜନ୍ମ ନେଇଥାଆନ୍ତି । ଗ୍ରହ ଖରାପ ଥିଲେ ମଧ୍ୟ ଓଡ଼ଶ ଜନ୍ମ ନେଇଥାଆନ୍ତି ବୋଲି ବିଶ୍ବାସ କରାଯାଏ ।ସେମାନେ ପ୍ରାୟତଃ ରାତିରେ ସମୟରେ କାମୁଡି ଦେଇଥାନ୍ତି । ଯାହା ଫଳରେ ଶରୀରରେ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହି ଓଡ଼ଶକୁ ଦୂର କରିବାକୁ ଅନେକ ପ୍ରକାରର ଚେଷ୍ଟା କରିଥାନ୍ତି । କିନ୍ତୁ ସହଜରେ ଓଡ଼ଶ ଯାଇ ନଥାଏ । ଯଦି ଆପଣମାନେ ଏହି ଭଳି ସମସ୍ୟାରେ ରହିଛନ୍ତି ଏବଂ ଏଥିରୁ କୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଘରୋଇ ଉପଚାର ସମ୍ପର୍କରେ କହିବୁ । ଯାହାଦ୍ବାରା ଆପଣମାନେ ଏହି ସମସ୍ୟାରୁ ସବୁଦିନ ପାଇଁ ଛୁଟକାରା ପାଇଯାଇପାରିବେ ।ଓଡ଼ଶ ଦୂର କରିବା ପାଇଁ ହେଲେ ଆପଣଙ୍କ ଘର ଚାରିପାଖରେ ବେକିଂ ସୋଡା ଛିଞ୍ଚନ୍ତୁ । ଏଗୁଡିକୁ ପକାଇବା ଦ୍ବାରା ଓଡ଼ଶକୁ ମାରିଦେବାରେ ସାହାଯ୍ୟ କରିଥାଏ । ବେକିଂ ସୋଡା ପକାଇ ଏହାକୁ ପ୍ରାୟ ଗୋଟିଏ ସପ୍ତାହ ଛାଡି ଦିଅନ୍ତୁ । ଏହା ପରେ ବେକିଂ ସୋଡା ପକାଇଥିବା ସ୍ଥାନଗୁଡିକୁ ଭଲ ଭାବରେ ସଫା କରି ଦିଅନ୍ତୁ ।ଏଥିସହ ନିମକୁ ବ୍ୟବହାର କରି ମଧ୍ୟ ଆପଣମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ନିମରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ଯାହା ବ୍ୟବହାର କରିବା ଦ୍ବାରା ଲୁଚି ରହିଥିବା ଓଡ଼ଶଙ୍କୁ ମାରି ଦେଇଥାଏ । ଓଡ଼ଶ ହୋଇଥିବା ସ୍ଥାନରେ ନିମ ପତ୍ରକୁ ରଖି ଦିଅନ୍ତୁ । ଏହାର ବାସ୍ନାରେ ଓଡ଼ଶ ଦୂର ହୋଇଯାଇଥାଏ । ଆପଣମାନେ ନିମ ତେଲ, ପାଣି ଏବଂ ଅଳ୍ପ କର୍ପୁର ପାଉଡର ମିଶାଇ ଆପଣଙ୍କ ବେଡ୍,ଗଦି ଏବଂ ସୋଫାରେ ପକାଇବା ପାଇଁ ଏକ ସ୍ପ୍ରେ ପ୍ରସ୍ତୁତ କରିପାରିବେ ।ଭିନେଗାର ଏବଂ ବେକିଂ ସୋଡା ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଷ୍ଟୋର କରି ରଖନ୍ତୁ । ପ୍ରସ୍ତୁତ କରିଥିବା ଏହି ପ୍ୟାକୁକୁ ଓଡ଼ଶ ହୋଇଥିବା ସ୍ଥାନରେ ପକାନ୍ତୁ । ଯାହା ଏହି ସମସ୍ୟାରୁ ରକ୍ଷା କରିବ ।ଏହା ବ୍ୟତୀତ ପୁଦିନାର ବାସ୍ନା ଓଡ଼ଶ ସହ୍ୟ କରିପାରନ୍ତି ନାହିଁ । ତେଣୁ କିଛି ପୁଦିନା ପତ୍ର ନେଇ ଓଡ଼ଶ ହୋଇଥିବା ସ୍ଥାନରେ ରଖି ଦିଅନ୍ତୁ । ୩ରୁ ୪ ଦିନ ପରେ ସେହି ସବୁ ପୁରୁଣା ପୁଦିନା ପତ୍ରକୁ ବାହାର କରି ନୂଆ ପତ୍ରକୁ ପୁଣି ଥରେ ରଖି ଦିଅନ୍ତୁ ।ଥଣ୍ଡା ହେଉଥିବା ସ୍ଥାନରେ ଓଡ଼ଶ ଜନ୍ମ ନେଇଥାନ୍ତି । ସେମାନେ ଗରମକୁ ସହି ପାରନ୍ତି ନାହିଁ । ତେଣୁ ଗରମ ପାଣିରେ ଆପଣଙ୍କ ଚାଦର, ତକିଆ କଭର ଏବଂ ବେଡସିଟ୍କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଖରାରେ ଶୁଖାଇ ଦିଅନ୍ତୁ । ସପ୍ତାହରେ ଥରେ ଏପରି କରିବାକୁ ନିହାତି ଚେଷ୍ଟା କରନ୍ତୁ । ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଗାଏବ କରିବ ।ଏତିକି ନୁହେଁ ଲାଭେଣ୍ଡର ତେଲ ଓଡ଼ଶକୁ ଦୂର କରିବା ପାଇଁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ୫୦ ମିଲି ପାଣିରେ ୧୦ରୁ ୧୫ ବୁନ୍ଦା ଲାଭେଣ୍ଡର ତେଲ ମିଶାଇ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଓଡ଼ଶ ହୋଇଥିବା ସ୍ଥାନରେ ପକାନ୍ତୁ ।ଯଦି ଆପଣମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣମାନେ ଏହି ଉପାୟର ବ୍ୟବହାର କରିପାରିବେ । ଯାହା ଫଳରେ ଓଡ଼ଶକୁ ଦୂର କରାଯାଇପାରିବ ।

Smart Computer Ad
You might also like
error: Content is protected !!