ଧର୍ମ ର ମାସ କାର୍ତ୍ତିକ ମାସ ପୂର୍ଣ୍ଣମୀ ରେ ଶେଷ ହୋଇଛି l ଅଞ୍ଚଳ ର ପ୍ରତ୍ୟେକ ଶୈବପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପ୍ରତ୍ୟୁଷ ରୁ ହିଁ ଚଳଚଞ୍ଚଳ ହୋଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ତମାମ ମନ୍ଦିର ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ସକାଳୁ ଯାଇ ଶୈବ ପୀଠ ସମେତ ବିଭିନ୍ନ ଦେବାଦେବୀ ପୀଠ ରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଥିଲା। କାର୍ତ୍ତିକ ମାସର ଶେଷ ଶେଷ ଦିନ ପୂର୍ଣ୍ଣମୀ ଅବସରରେ ଟାଉନ ର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟା ର ଜଳେଶ୍ୱର ଓ ଚକାପାଦ ର ବିରୁପାକ୍ଷ ଓ ଡୁଙ୍ଗି ର ଶୈବ ପୀଠ ପ୍ରାଙ୍ଗଣରେ ଶତାଧିକ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଭୋର୍ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ମନ୍ଦିର ପ୍ରବେଶ ଦ୍ୱାର ଠାରୁ ଶେଷ ଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଥିଲା l ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ
ଦେବାଦେବୀ ମନ୍ଦିର ରେ ଅତ୍ୟଧିକ ଗହଳି ଲାଗି ରହିଥିଲା l ପଞ୍ଚୁକ ଆରମ୍ଭ ଦିନ ଠାରୁ ପୂର୍ଣ୍ଣମୀ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମାଞ୍ଚଳ ମଣ୍ଡପ ରୁ ରାଧା କୃଷ୍ଣଙ୍କ ବେଶ ପଡ଼ି କୀର୍ତ୍ତନ ମଣ୍ଡଳୀ ଦଳ ଗୁଡ଼ିକ ସମଗ୍ର ସହରରେ ‘ ହରେରାମ ହରେ କୃଷ୍ଣ’ ନାରା ଦେଇ ପରିକ୍ରମା କରିବା ସହ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ନାମ ସଂକୀର୍ତ୍ତନ ସହ ରାଧା କୃଷ୍ଣଙ୍କ ନୃତ୍ୟ ପରିବେଷଣ କରି ଠାକୁରଙ୍କ ଦର୍ଶନ କରିବାର ମଜା ଆଜି ଉଦଯାପିତ ହୋଇଯାଇଛି। ସମସ୍ତ ମନ୍ଦିର କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବା ପାଇଁ ଭିଡ଼ ନିୟନ୍ତ୍ରଣ କରିଥିଲେ। ପ୍ରବଳ ଭିଡ଼ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। କେତେକ ଶୈବ ପୀଠରେ ଦୂର ଦୂରାନ୍ତ ରୁ ଆସିଥିବା ଭକ୍ତ ମାନେ ହବିଷାନ୍ନ କରି ସେବନ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ଥିଲେ।