ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବ୍ରହ୍ମପୁର ପୋଲିସ ଜିଲ୍ଲା ପୋଲିସ ଶହୀଦ ଦିବସ ପାଳନ କରିଛି l ୬୬ତମ ପୋଲିସ ଶହୀଦ ଦିବସ ପାଳନ ହୋଇଯାଇଛି l ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଉତ୍ସବ ପାଳିତ ହୋଇଥିବା ବେଳେ ପୋଲିସ ବାହିନୀ ଦ୍ବାରା ମିଳିତ ପ୍ୟାରେଡର ଆୟୋଜନ ହୋଇଥିଲା l ଆରକ୍ଷୀ ମହାନିରୀକ୍ଷକ ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧିକ୍ଷକ ଡ ଏସ ବିବେକ ଏମ ସଂଯୋଜନା କରିଥିବା ବେଳେ ପୋଲିସ ଅଧିକାରୀ କୈଳlଶ ବୁରୁଦା ଓ ଆଲୋକ ଜେନା ଉପସ୍ଥିତ ଥିଲେ l
ବୀର ଯବାନଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶହୀଦ ଯବାନଙ୍କ ନାମ ପଠନ କରାଯାଇଥିଲା l ସ୍ଥାନୀୟ ପୋଲିସ ଶହୀଦ କର୍ମଚାରୀଙ୍କ ପରିବାରଙ୍କୁ ନିମନ୍ତ୍ରଣ କରି ସମ୍ମାନୀତ କରାଯାଇଥିବା ବେଳେ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l