ଗାଁ ଦିବସ କାର୍ଯ୍ୟକ୍ରମ ରେ ସମ୍ୱର୍ଦ୍ଧିତ ହେଲେ ବରିଷ୍ଠ ନାଟ୍ୟକାର ପ୍ରମୋଦ

ବାଲିଗୁଡା: ୨୧/୧୦ (ସୁକାନ୍ତ କୁମାର ତ୍ରିପାଠୀ) ଓଡ଼ିଶା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ତରଫରୁ ସମଗ୍ର ରାଜ୍ୟରେ ଗାଁ ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଗାଁ ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ କଳାକ୍ଷେତ୍ର ଅନୁଷ୍ଠାନ ର ମୁଖ୍ୟ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି ଓ ବରିଷ୍ଠ କଳାସଂଗଠକ ବାସୁଦେବ ମାଲବିଷୋୟୀ ଙ୍କ ଆହ୍ବାନ କ୍ରମେ ଜିଲ୍ଲା ପାରମ୍ପରିକ ଲୋକକଳା ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଙ୍କ ନେତୃତ୍ବ ରେ ଆୟୋଜିତ ଗାଁ ଦିବସ କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି l ବାଲିଗୁଡା ରେ ଜନ୍ମିତ ପ୍ରମୋଦ ଙ୍କ ଲୋକକଳା ଠାରୁ ଆରମ୍ଭ କରି ମଞ୍ଚ ଟେଲିଭିଜନ ରେ ଅଭିନୟ କରିବା ଦକ୍ଷତା ରହିଛି, ମଞ୍ଚ ନାଟକ ରଚନା ଓ ନିର୍ଦ୍ଦେଶନା ସହିତ ନିଖୁଣ ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରଶଂସା

ଗାଁ ଦିବସ କାର୍ଯ୍ୟକ୍ରମ ରେ ସମ୍ୱର୍ଦ୍ଧିତ ହେଲେ ବରିଷ୍ଠ ନାଟ୍ୟକାର ପ୍ରମୋଦ

ପାଇଛନ୍ତି, ଆଜି ଗାଁ ଦିବସ କାର୍ଯ୍ୟକ୍ରମ ଅବସରର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ସମ୍ୱନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ରେ ଥିବା ଗଦାଧର ପାତ୍ର, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ଭାଜପା ସମ୍ପାଦକ ଭଗବାନ ମହାନ୍ତି , ରାଷ୍ଟ୍ରୀୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିତ ମଣ୍ଡଳ ଫୁଲବାଣୀ ବିଧାୟକ ଙ୍କ ପ୍ରତିନିଧି ତଥା ଯୁବ ଭାଜପା ସଂଗଠକ ପ୍ରଶାନ୍ତ କମ୍ପୋ, ପୁର୍ବତନ ଖଜୁରୀପଡ଼ା ବ୍ଲକ୍ ଅଧକ୍ଷ ବିରେନ୍ଦ୍ର କହଁର, ବରିଷ୍ଠ କଳାକାର ଜଳେନ୍ଦ୍ର ଦିଗାଲ ଙ୍କ ଉପସ୍ଥିତି ରେ ପ୍ରମୋଦ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା l

Smart Computer Ad
You might also like
error: Content is protected !!