ବିଭୂତିଙ୍କ ସମୀକ୍ଷା ବୈଠକ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ନକ୍ସା ପ୍ରସ୍ତୁତ ପାଇଁ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି l ବୁଦ୍ଧିଜୀବୀଙ୍କ ବୈଠକ ଶନିବାର ଗୋଳନ୍ଥରା ସ୍ଥିତ ବନ୍ଦେ ମାତରମ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l ଉପସ୍ଥିତ ବୁଦ୍ଧିଜୀବୀଙ୍କ ପରାମର୍ଶ ଗ୍ରହଣ କରିଥିଲେ l ଜିଲ୍ଲାର କୃଷି,ଜଳସେଚନ,ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ,ଶିଳ୍ପ,ପର୍ଯ୍ୟଟନ ଓ ସଂସ୍କୃତି ବିକାଶକୁ ଗୁରୁତ୍ୱ ଦେବା ସହିତ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ହୁମା ଠାରେ ୧୯୦୦ଏକର ପରିମିତ ଜମିରେ ଗ୍ରୀନ୍ ଫିଲ୍ଡ ସାଟେଲାଇଟ୍ ଏୟାର ପୋର୍ଟ ସହିତ ଏସ୍ଇଜେଡ ନିର୍ମାଣ l ଗଞ୍ଜୁ ତମ୍ପରା ଠାରେ ବର୍ଜ୍ୟ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନର ଏନ୍ତୁଡିଶାଳ ରମ୍ଭା ପ୍ୟାଲେସ ସରଂକ୍ଷଣ ସହିତ ଚିଲିକା ଉପକୁଳ କେଶପୁର ସାନ ଘାଟି ପ୍ରାକୃତିକ ପରିବେଶ ମଧ୍ୟରେ ଗ୍ଲୋବାଲ ଏକାଡେମିକ ୟୁନିଭର୍ସିଟି ଫର ରିସର୍ଚ୍ଚ ଇନ୍ ଏନ୍ସିଏନଟି ଭେଦିକ ନଲେଜ ଆଣ୍ଡ ଇଟରନାଲ୍ ଲର୍ଣ୍ଣିଙ୍ଗ (ଗୌରବ) ପ୍ରତିଷ୍ଠା ହେବ। ଏହି ବିଶ୍ୱବିଦ୍ୟାଳୟ ଶିକ୍ଷାର ନୂଆ ଇତିହାସ ରଚି ବିକଶିତ ଭାରତର ପୂର୍ବଦ୍ୟୋୟ ହେବ। ଅତୀତର ଅନୁଭୂତି ବର୍ତ୍ତମାନର ଶିକ୍ଷା ଓ ଭବିଷ୍ୟତର ସ୍ଵପ୍ନ ଏକାଠି ହେବ। ୫୦୦୦ ଏକର ପରିମିତ ଜମିରେ ଏହି ବିଶ୍ୱବିଦ୍ୟାଳୟ ଜ୍ଞାନ ବୃଦ୍ଧିର ସେତୁ ପାଲଟିବ। ଜଳ, ଜଙ୍ଗଲ ଓ ପରମ୍ପରା ଶିକ୍ଷା ଓ ଉତ୍ସବ ଏକାଠି ହେବ। ପ୍ରତିବର୍ଷ ୧୦ହଜାର ଛାତ୍ରଛାତ୍ରୀ, ୫୦୦୦ କର୍ମଚାରୀ,୧୦ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଓ ୫୦ହଜାର ବିଦେଶୀ ପର୍ଯ୍ୟଟକଙ୍କ ଚିତ୍ତ ବିନୋଦନ କରିବ ଏହି ବିଶ୍ୱବିଦ୍ୟାଳୟ। ଓଡ଼ିଶୀ ନୃତ୍ୟରୁ ଯୋଗ, ସଂସ୍କୃତିରୁ ପ୍ରଯୁକ୍ତି ବିଦ୍ୟା, ଲୋକାଲ୍ ରୁ ଗ୍ଲୋବାଲ ପର୍ଯ୍ୟନ୍ତ ଶିକ୍ଷାର ନୂଆ ନୂଆ ଦିଗକୁ ଆଲୋକିତ କରିବ ଏହି ବିଶ୍ୱବିଦ୍ୟାଳୟ। ଏଠାରେ ବିଭିନ୍ନ ଭାଷାରେ ବିଦ୍ୟାଳୟ, ଦର୍ଶନ, ଆଇନ୍, ଅଦିମ ଜନଜାତି ଶିକ୍ଷା, ଯୋଗ, ସାଂସ୍କୃତିକ ପରିଚାଳନା, ଉଦ୍ଭାବନ କେନ୍ଦ୍ର ଓ ହସ୍ତ ଲିଖିତ ଗ୍ରନ୍ଥର ଡିଜିଟାଲ କେନ୍ଦ୍ର,ମେରି ଟାଇମ୍ ମ୍ୟୁଜିୟମ୍,ମୂର୍ତ୍ତୀ କଳା ଉଦ୍ୟାନ, ଗ୍ରନ୍ଥାଗାର ,ପାଠାଗାର, ଆୟୁର୍ବେଦିକ, ନେଚରପାଥି ୱାଲ୍ ନେସ୍ ସେଣ୍ଟର, ବିଭିନ୍ନ ରୁଚିର ରେଷ୍ଟୁରାଣ୍ଟ,, କ୍ରୀଡ଼ା ସମୁଦାୟ ସହିତ ଛାତ୍ର ଜୀବନକୁ ଜୀବନ୍ତ କରିବ ଏହି ସ୍ଥାନ। ଏଠାରେ ନିର୍ମାଣ ହେବ ଆଧ୍ୟାତ୍ମିକ କେନ୍ଦ୍ର ଧ୍ୟାନ ମଞ୍ଚ, ପଞ୍ଚକର୍ମ ୟୁନିଟ୍, ସବୁ ଧର୍ମର ପ୍ରାର୍ଥନା ସ୍ଥଳ ଏବଂ ଏକ ଜ୍ଞାନ ମନ୍ଦିର। ଏଠାରେ ହେବ ଅନନ୍ୟ ସାଂସ୍କୃତିକ ଆନନ୍ଦ ଉଦ୍ୟାନ। ୫ଟି ପାହାଡ଼ ଉପରେ ୮ ହଜାର ଫୁଟ୍ ଉଚ୍ଚତା ବିଶିଷ୍ଟ ସମ୍ରାଟ ଖାରବେଳ, ଗୌତମ ବୁଦ୍ଧ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଳକି ଅବତାର ସହ କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବଙ୍କ ଭଗ୍ୟ ମୂର୍ତ୍ତୀ, ନ୍ୟୁୟର୍କ ଷ୍ଟାଚ୍ୟୁ ଅଫ୍ ହେଲିକପ୍ଟର ଭଳି ଏଠି ମଧ୍ଯ ପର୍ଯ୍ୟଟକ ହେଲିକପ୍ଟର ଟୁର୍ ମାଧ୍ୟମରେ ଅନୁଭବ କରିପାରିବେ ଆକାଶ ଛୁଆଁ ମୂର୍ତ୍ତିର ବିଶାଳତା l ଏଠାରେ ନିର୍ମାଣ ହେବ ଏକ ପଞ୍ଚତାରକା ରିସୋର୍ଟ ଓ ୪୦୦କୋଠାରି ବିଶିଷ୍ଟ ଇକୋ ରିସୋର୍ଟ ଏବଂ ୧୦ଏକର ଜମିରେ ଔଷଧୀୟ ବନ। ଏହିସବୁ ପ୍ରକଳ୍ପ ସ୍ଥାନୀୟ ୩୫ରୁ ୪୦ ହଜାର ଲୋକଙ୍କୁ ରୋଜଗାର ଯୋଗାଇବ। ଫଳରେ ସ୍ଥାନୀୟ କୃଷକ, ଏସଏଚଜି ଓ ଜନସାଧାରଣ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ୫୦ ଏକର ଜମିରେ କ୍ରାଫ୍ଟ ଭିଲେଜ ନିର୍ମାଣ କରାଯାଇ ସେଠାରେ କୁମ୍ଭକାର, ବୁଣାକାର ଓ ପଟ୍ଟଚିତ୍ର ଶିଳ୍ପୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ।ଏହାସହ ହୋମ ଷ୍ଟେ’, ଜଳକ୍ରୀଡା, ଟ୍ରାକିଂ ଓ ଦୁଃସାହସିକ ପ୍ରଦର୍ଶନ ସୁବିଧା ରହିବ। ପ୍ରତ୍ୟେକ ପାହାଡ଼ ରୋପ ୱେ ସହିତ ସଂଯୋଗ କରାଯିବ। ସମୁଦ୍ରରେ କୃଜ ଯାତ୍ରା ପାଇଁ ପର୍ଯ୍ୟଟକ ବିଦେଶ ଯିବାକୁ ପଡ଼ିବନି। ଭିଏତନାମର ହୈଂବେଗ କ୍ରୁଜ ଟୁର୍ ପରି ପର୍ଯ୍ୟଟକ ମାନେ କାଳିଜାଈ, ନଳବଣ ଓ ସାତପଡ଼ା ଯାତ୍ରା ସମୟରେ ଚିଲିକାର ନୀଳ ଜଳରାଶି, ଇତିହାସ ଓ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ରାଜପଥ ଠାରୁ ବିଭିନ୍ନ ସ୍ଥାନକୁ ଇଲେକ୍ଟ୍ରି ଯାନ ଓ ହାଇଡ୍ରୋଜେନ ବସ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦ୍ୟୋୟ ସ୍ଵପ୍ନ ସାକାର କରିବା ପାଇଁ ଏହା ହେବ ପୂର୍ବ ଭାରତର ଏକ ପର୍ଯ୍ୟଟନ ହଟ୍ ସ୍ପଟ। ଓଡ଼ିଆ ଅସ୍ମିତା ଗର୍ବର ସହ ମୁଣ୍ଡ ଉଠାଇ ଛିଡ଼ା ହେବ। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା,ଅବସରପ୍ରାପ୍ତ ପ୍ରଫେସର ବିଷ୍ନୁ ଚରଣ ଚୌଧୁରୀ, ପ୍ରଫେସର ଭାଗବତ ପାତ୍ର, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିନୋଦ ପାତ୍ର,ପୂର୍ବତନ ସିଡିଏମଓ ବିଜୟ ପଣ୍ଡା, ଇଞ୍ଜିନିୟର ସ୍ଵାଧୀନ ପାଣିଗ୍ରାହୀ, ଅନନ୍ତରାମ କର, ଇଞ୍ଜିନିୟର ରାମକୃଷ୍ଣ ମହାରଣା, ପ୍ରମୋଦ ପଣ୍ଡା,ପୁରୁଷୋତ୍ତମ ସାହୁ, ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା, ବିଜେପି ନେତା ଗଙ୍ଗାଧର ସତପଥୀ, ବରିଷ୍ଠ ଆଇନଜୀବୀ ଅଜିତ କୁମାର ସାହୁଙ୍କ ସମେତ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!