ପିଏମ ଜନମନ ଯୋଜନାରେ ଓଡ଼ିଶାକୁ ମିଳିଲା 24 କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର,(ପି.ଆଇ.ବି):-

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ଓଡ଼ିଶାକୁ 24 କୋଟି ଟଙ୍କାର ଅନୁଦାନ ମିଳିଛି । ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ଲାଗି କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ୍‌ ଜନମନ ଯୋଜନା କାର୍ଯ୍ୟକାରୀ ହେଉଛି । ପିଏମ ଜନମନ ଯୋଜନାର ଉଦ୍ଦେଶ୍ୟ ହେଉଛି ଅତି ଦୁର୍ବଳ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ସାମାଜିକ ଆର୍ଥିକ ଉନ୍ନତିକରଣ ନିମନ୍ତେ ସେମାନଙ୍କୁ ଆବାସ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ ଆଦି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବ। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 2023ରେ ଶୁଭାରମ୍ଭ କରିଥିଲେ । ଦେଶର 18ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ରହୁଥିବା 75ଟି ପିଭିଟିଜି ସମ୍ପ୍ରଦାୟର ସାମାଜିକ ଏବଂ ଆର୍ଥିକ ଉନ୍ନତିକରଣ ଲାଗି ପିଏମ-ଜନମନ ଯୋଜନା କାର୍ଯ୍ୟକାରୀ ହେଉଛି ।

Smart Computer Ad
You might also like
error: Content is protected !!