ଲଗାଣ ବର୍ଷାରେ ଧସିଲା ମାଟି: ଗାଡି ଚଳାଚଳ ଠପ୍‌ 

ଗଜପତି,(ମନୋଜ ପାଢୀ):-

ବ୍ରହ୍ମପୁରଠାରୁ ରାୟଗଡା, ଜୟପୁର, କନ୍ଧମାଳ ଯାତାୟତ କରିବା ମୁଖ୍ୟ ରାସ୍ତା ୩୨୬ ଜାତୀୟ ରାଜପଥ ଠପ୍‌ ହୋଇପଡିଛି। କିଛିଦିନ ହେବ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତକାଲି ବୁଧବାର ଦିନଠାରୁ ଅତି ପ୍ରବଳ ବର୍ଷା ଯୋଗୁ ଆଜି ସନ୍ଧ୍ୟାରେ ମୋହନା ନିକଟରେ ଥିବା ଲେଡବନ୍ଧ ବ୍ରିଜ ଉପରେ ପ୍ରାୟ ୩ ଫୁଟର ପାଣି ଅତିକ୍ରମ କରିବା ଫଳରେ ବ୍ରିଜର ଦୁଇ ପଟର ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଯାହା କି ଗାଡି ଚଳାଚଳ ପୂରା ଠପ୍‌ ହୋଇଯାଇଛି। ଘଟଣାସ୍ଥଳରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ପୋଲର ଦୁଇ ପଟୁ ରାସ୍ତାରେ ବାରିକଟ କରିଛନ୍ତି, ଯାହା କି କୌଣସି ଯାନ ବାହାନ ବାରିକଟ ଦେଖି ଅଟକିଯିବ

Smart Computer Ad
You might also like
error: Content is protected !!