ନୟାଗଡ (ପ୍ରଭାକର ଶିରୋମଣି):-
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠ କଣ୍ଟିଲୋରେ ପର୍ଯ୍ୟଟକ ମାନଙ୍କ ଯାନବାହାନ ରଖିବା ପାଇଁ ମାଘ ମେଳା ପଡିଆ ପାର୍କିଙ୍ଗ ସ୍ଥାନ ସଂରକ୍ଷିତ ରହିଛି l ଏହି ପାର୍କିଙ୍ଗ ସ୍ଥାନ ମଝିରେ ଶହ ଶହ ବର୍ଷ ଧରି ଦଣ୍ଡାୟ ମାନ ହୋଇ ରହିଥିବା ଏକ ବିରାଟ ବର ଗଛ ସମସ୍ତ ଯାନବାହାନ କୁ ଆଶ୍ରୟ ଦେଉଥିବା ବେଳେ ଗାଈ ଗୋରୁ ମଧ୍ୟ ଦିନବେଳେ ଓ ରାତ୍ରୀ ସମୟରେ ଆଶ୍ରୟ ନେଇ ଥାନ୍ତି କିନ୍ତୁ ଇତି ମଧ୍ୟରେ ଏହି ଗଛଟି କ୍ରମଶଃ ଦୁର୍ବଳ ହୋଇ ପଡିବା ସଙ୍ଗେ ସଙ୍ଗେ କେତେକ ଡାଳ ଖତରା ହୋଇ ତଳକୁ ଖସିବାର ଦେଖା ଯାଉଛି l
ଏହି ପରିପ୍ରେକ୍ଷୀରେ ଆଜି ଶନିବାର ଗୋଟିଏ ଗାଈ ଉକ୍ତ ବରଗଛ ତଳେ ଚରୁ ଥିଲା ବେଳେ ତାହା ଉପରେ ଏକ ଡାଳ ଖସି ପଡିବା ଫଳରେ ସେ ଆହତ ହୋଇଥିବା ଜଣା ଯାଇଛି l
ପାଖରେ ବୁଲୁଥିବା ଅନ୍ୟ ଗାଈ ବାଛୁରୀ ମାନେ ଭୟରେ ଇତସ୍ତତ ଭାବରେ ପଳାଇ ଯାଇଥିବା ଦେଖଣାହାରୀଙ୍କ ଠାରୁ ପ୍ରକାଶ l
ଖବର ପାଇ ଖଣ୍ଡପଡା ଅଗ୍ନି ଶମ ବାହିନୀ ଘଟଣା ସ୍ଥଳକୁ ଆସି ବର ଗଛର ସମୀକ୍ଷା କରି ପୁରାତନ କ୍ଷତି ଗ୍ରସ୍ତ ଡାଳକୁ କାଟିଦେବା ପାଇଁ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ଖଣ୍ଡପଡା ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀଙ୍କୁ ଜଣାଇ ଥିଲେ l ଉକ୍ତ ପୁରାତନ ଗଛ ଟି ଭବିଷ୍ୟତରେ ପର୍ଯ୍ୟଟକ ମାନଙ୍କ ଉପରେ ଖସି ପଡିବା ଆଶଙ୍କା ଦେଖା ଯାଇଥିବାରୁ ପରିସ୍ଥିତି କୁ ମୁକାବିଲା କରିବାକୁ ସାଧାରଣ ରେ ଦାବି ହେଉଛି ନଚେତ ପର୍ଯ୍ୟଟକ ମାନେ ଅସୁବିଧାରେ ପଡିଲେ ଏଠାରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି l ଆଉ ଦୁଇ ମାସ ପରେ ସେହି ପାର୍କିଙ୍ଗ ସ୍ଥାନରେ ଶ୍ରୀ ଜୀଉଙ୍କ ମାଘ ମେଳା ଅନୁଷ୍ଠିତ ହେବାକୁ ଥିବାରୁ ଦେବୋତ୍ତର ବିଭାଗ ଆଜି ଠାରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି
