କଲଚୁରାଲ ଇଉନିଭର୍ସିଟି କଲେଜ୍ ପାଖରେ ପେଟ୍ରୋଲିଂ କରୁଥିବା ବେଳେ ୨୦ କେଜି ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ 

 ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ ଅବକାରୀ ଥାନା ଓ. ଆଇ. ସି ସକାଳ ସମୟରେ ଜାଗେଶ୍ଵର ପାଟଣା କଲଚୁରାଲ ଇଉନିଭର୍ସିଟି କଲେଜ୍ ପାଖରେ ପେଟ୍ରୋଲିଂ କରୁଥିବା ବେଳେ ୨୦ କେଜି ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ନଗଦ ୭୦ ହଜାର ୪୦ ଟଙ୍କା ଜବତ କରିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି I ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨ଲକ୍ଷ୍ୟ ଟଙ୍କା ଉର୍ଦ୍ଧ୍ଵ ହେବ ବୋଲି ଯାହା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଅଧିକ୍ଷୀକା ଶ୍ରୀମତୀ ସୁମତି ତ୍ରିପାଠୀ ।ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ସନାତନ ସାହୁ Iଗିରଫ ବ୍ୟକ୍ତି ସନାତନ ସାହୁ କଲେଜ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ଗଞ୍ଜେଇ ବେପାର କରୁଥିବା ସୂଚନା ମିଳିଛି I ସନାତନ କନ୍ଧମାଳ ରୁ ଗଞ୍ଜେଇ ଆଣି ଜଟଣୀ ର ବିଭିନ ଅଂଚଳ ରେ ବେପାର କରୁଥିବାର ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି ବୋଲି ଅବକାରୀ ଅଧିକ୍ଷୀକା ଶ୍ରୀମତୀ ସୁମତି ତ୍ରିପାଠୀ କହିଛନ୍ତି

Smart Computer Ad
You might also like
error: Content is protected !!