ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)
ବିଧାୟକ ଅନିଲ କୁମାରଙ୍କ ସଂଯୋଜନାରେ ମେଗା ରକ୍ତ ଦାନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ସରୋଜ ସାବତ, କାହ୍ନୁ ଚରଣ ପତିଙ୍କ ସମେତ ବିଜେପି କର୍ମକର୍ତ୍ତା ଏହି ଅବସରରେ ଯୋଗ ଦେଇଥିଲେ l ୧ ହଜାରେ ରୁ ଅଧିକ ରକ୍ତ ସଂଗ୍ରହ ହୋଇପାରିଛି lମାଗଣା ସ୍ୱାସ୍ଥ୍ୟ ଶିବିରକୁ ଭାରତୀୟ ଜନତା ପାର୍ଟି ର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ୭୦୦ ରୁ ଉର୍ଦ୍ଧ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି “ସେବା ପକ୍ଷ” ର ସ୍ୱାସ୍ଥ୍ୟ ଶିବିର ରେ “ଏକ୍ ସୁସ୍ଥ ଓ ସଶକ୍ତ ସାମାଜ ଗଠନ” ଲକ୍ଷ୍ୟ ଅଟେ। ସ୍ୱାସ୍ଥ୍ୟ ଶିବିର ରେ ପ୍ରଦୀପ ନାୟକ,ଶିବ ପ୍ରସାଦ ଦାଶ, ଅଶୋକ ଶୁକ୍ଳ,ଟି ଗୋପି, ସିଦ୍ଧାନ୍ତ ଗଙ୍ଗ ଦେବ, ସରସ୍ଵତୀ ଦେବୀ, ସରତ ପଟ୍ଟନାୟକ,ରଞ୍ଜିତ ପଟ୍ଟନାୟକ,ୱାଇ ପ୍ରକାଶ ନାଇଡୁ,ସଞ୍ଜୟ ଜେନା, ସଚିନ ପଣ୍ଡା, ତନଜ ରାଉଳ,ମଦନ ସାହୁ, ଚିତ୍ତ ରଞ୍ଜନ ସାହୁ, ଅନୁପ ପଣ୍ଡା, ଗୋପଳ ରଥ, ଭିକି ଆଚାରୀ, ଶିବ ୟାଦବ, ଅରୁଣ ନାଇଡୁ,ରାଣା ନାଇଡୁ, ପ୍ରତାପ ସେଠି, ବୁଡୁ ପାତ୍ର, ଟୁଙ୍କ ପାତ୍ର, ଜଗନ୍ନାଥ ଜେନା, ବର୍ଷା ବିଦୁସ୍ମିତା, ସୁମନ୍ତ ସାହୁ, ରାମକୃଷ୍ଣ ପଟ୍ଟନାୟକ, ମନିତା ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ପରିଚାଳନା କରିଥିଲେ।
