ନୀଳମାଧଵ ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ – ଗ୍ରାମ୍ୟ ଉନ୍ନୟନ ମନ୍ତ୍ର

ନୟାଗଡ(ପ୍ରଭାକର ଶିରୋମଣି):-

  ରାଜ୍ୟ ର ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠ କଣ୍ଟିଲୋ ବିକାଶ ଓଡିଶା ବିକାଶରେ ସାମିଲ ହୋଇ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଥିବା କଂସା ବାସନ ଶିଳ୍ପର ମଧ୍ୟ ବିକାପଞ୍ଚାୟତ ରାଜ ଶ ହୋଇ ପାରିବ ବୋଲି ଆଲୋଚନା ପ୍ରସଙ୍ଗରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କଣ୍ଟିଲୋ ଗସ୍ତ ସମୟରେ ଶୁକ୍ରବାର ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ ଓ ଏହି ପରିପ୍ରେକ୍ଷୀ ରେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ମନ୍ଦିର ପାଖରେ ଦୁଇଟି ସୁଲଭ ଶୌଚାଳୟ ନିର୍ମାଣ କରାଯିବା ସଙ୍ଗେ ସଙ୍ଗେ ମହାନଦୀ କୂଳରେ ପର୍ଯ୍ୟଟକ ମାନେ ବସି କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ତାଙ୍କ ବିଭାଗ ପକ୍ଷରୁ କେତେକ ଚେୟାର ବ୍ୟବସ୍ଥା କରିବାକୁ ଉପସ୍ଥିତ ଥିବା ନୟାଗଡ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ l               ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ଶ୍ରୀ. ନୀଳମାଧଵ ଜୀଉଙ୍କ ଦୟଣା ଚୋରୀ ବଗିଚାକୁ ଯାଇ ଦୁଇଗୋଟି ବୃକ୍ଷ ରୋପଣ କରି ମନ୍ଦିରକୁ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ l ଦର୍ଶନ ପରେ ସେ ଶ୍ରୀ ମହାବୀର ହନୁମାନ ମନ୍ଦିରକୁ ଯାଇ ବାହାରେ ପଡ଼ିଥିବା ଅଳିଆ ସଫେଇ କାର୍ଯ୍ୟ କରିଥିବା ଦେଖା ଯାଇଥିଲା l ମାନ୍ୟବର ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମାଲକାନଗିରି ବିଧାୟକ ନରସିଂହ ମାଡ଼କାନି ଓ ମହାକାଳ ପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ           ଉପସ୍ଥିତ ରହି ଅପେକ୍ଷାରତ ଜନସାଧାରଣ ଙ୍କ ଅଭିଯୋଗ ଶୁଣି ପ୍ରତିକାର ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଥିଲେ l              …………………..

You might also like
error: Content is protected !!