ସାରର ଅଭାବ ରହିବନାହିଁ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କରଙ୍କୁ ଭେଟିଥିଲେ l ରାଜ୍ୟ ସଭାପତି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି l ଗଞ୍ଜାମ୍‌ ଜିଲ୍ଲାରେ ଚଳିତ ଖରିଫ୍‌ ମୌସୁମିରେ ଧାନ ଚାଷୀମାନଙ୍କୁ ସାରର ସୁଷମ ବଣ୍ଟନ ନେଇ ଆଲୋଚନା ହୋଇଛି l ସାରର ଆବଶ୍ୟକତା,ଏବଂ ବଣ୍ଟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଇଛି l ଚଳିତ ବର୍ଷ ଖରିଫ୍‌ ଧାନ ଚାଷ ପାଇଁ ଜିଲ୍ଲାରେ ମୋଟ୍‌ ୩୪ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି l ବର୍ତ୍ତମାନ ସୁଦ୍ଧା ୨୭ ହଜାର ମେଟ୍ରିକ୍‌ ଟନ୍‌ ପହଞ୍ଚିଛି। ସେହିପରି ଡିଏପି ସାରର ଆବଶ୍ୟକତା ୬ ହଜାର ମେଟ୍ରିକ୍‌ ଟନ୍‌ ଥିବା ବେଳେ ୮ ହଜାର ମେଟ୍ରିକ୍‌ ଟନ୍‌ ଉପଲବ୍ଧ ହୋଇଛି। ଏନ୍‌ପିକେଏସ୍‌ ସାରରେ ୧୫ ହଜାର ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିବା ବେଳେ ୧୯ ହଜାର ୧୨୫ ମେଟ୍ରିକ୍‌ ଟନ୍‌ ପହଞ୍ଚିଛି। ଏମ୍‌ଓପି ସାରର ଆବଶ୍ୟକତା ୨ ହଜାର ମେଟ୍ରିକ୍‌ ଟନ୍‌ ଥିବା ବେଳେ ୭ ହଜାର ୭୧୪ ମେଟ୍ରିକ୍‌ ଟନ୍‌ ଆସିଛି। ଏସ୍‌ଏସ୍‌ପି ସାରରେ ୨୫ ହଜାର ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିବା ବେଳେ ମାତ୍ର ୬ ହଜାର ୨୭୦ ମେଟ୍ରିକ୍‌ ଟନ୍‌ ଉପଲବ୍ଧ ହୋଇଛି। ଆଗାମୀ ଦିନରେ ଅଧିକ ୮ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ପହଞ୍ଚିବ l ସଭାପତି ଶ୍ରୀ ସାହୁ ଆଲୋଚନା ସମୟରେ ଚାଷୀମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆମଦାନୀ କରାଯାଉ। ଜିଲ୍ଲାରେ ସାର ବଣ୍ଟନ ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବା ପାଇଁ ରାଜ୍ୟ ସରକାର ୬୦ ଜଣ ପାଇକାରୀଙ୍କ ମାଧ୍ୟମରେ ୩୭୯ ଟି ସେବା ସମବାୟ ସମିତି ଏବଂ ଲାଇସେନ୍ସ୍‌ପ୍ରାପ୍ତ ୪୫୪ ଜଣ ଡିଲର୍‌ଙ୍କୁ ନିୟୋଜିତ କରିଛନ୍ତି। ଜିଲ୍ଲାରେ ସାର ବଣ୍ଟନରେ ଅବ୍ୟବସ୍ଥା କରିଥିବା ୧୧୧ ଜଣ ଡିଲର୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏଥିମଧ୍ୟରୁ ୨ ଜଣଙ୍କର ଲାଇସେନ୍ସ୍‌ ରଦ୍ଦ କରାଯାଇଥିବା ବେଳେ ୩ ଜଣଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ଯେ, ସାର ବଣ୍ଟନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବି ପାତ୍ର, ରାଜ୍ୟ ସଂଯୋଜକ ପ୍ରଦୀପ କୁମାର ସାହୁ, ସୁନିଲ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ଦାସ, ଗଜେନ୍ଦ୍ର ଚୌଧୁରୀ, ଅମୂଲ୍ୟ ଚୌଧୁରୀ ସହ ସଂଜଜକ ସୁନିଲ୍ ମହାନ୍ତି, ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ସାହୁ,ସନାତନ ଭୂୟାଁ, ତ୍ରିନାଥ ମହାପାତ୍ର ବଦ୍ରିନାରାୟଣ ସାବତ , ବାବୁଲା ପାତ୍ର, ସଂଗ୍ରାମ ସିଂ,ଅଜିତ ପ୍ରଧାନ ,ସୁଶାନ୍ତ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

You might also like
error: Content is protected !!