ମହିଳା କନେଷ୍ଟବଳ ନିଖୋଜ ମାମଲା: ହତ୍ୟା କରି ଫିଙ୍ଗି ଦେଇଥିବା ମାନିଲା ପ୍ରେମିକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଜଧାନୀରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ମାମଲାରେ ପୁଲିସକୁ ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳ ଅଟକ । ହତ୍ୟା କରି କେନ୍ଦୁଝର ଜଙ୍ଗଲରେ ଫିଙ୍ଗିଦେଇଥିବା ମାନିଲା ଅଭିଯୁକ୍ତ । ମୃତଦେହ ଉଦ୍ଧାର ପାଇଁ କେନ୍ଦୁଝର ଗଲ ସ୍ପେଶାଲ ସ୍କ୍ୱାଡ୍‌ । ମହିଳା କନେଷ୍ଟବଳ ନିଖୋଜ ମାମଲା: ହତ୍ୟା କରି ଫିଙ୍ଗି ଦେଇଥିବା ମାନିଲା ପ୍ରେମିକ l ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଭଲ ପାଉଥିବା ଜଣେ କନେଳ୍ଟବଳ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେଣୁ ମାମଲାର ତଦନ୍ତ କରୁଥିବା ସ୍ପେଶାଲ ସ୍କ୍ୱାଡ୍‌ ସେହି କନେଷ୍ଟବଳଙ୍କ ସୂଚନାକୁ ଆଧାର କରି କେନ୍ଦୁଝର ଯାଇଥିବା ଜଣାପଡିଛି । ପ୍ରେମିକ କନେଷ୍ଟବଳଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରର କେଉଁ ଜଙ୍ଗଲରେ ଫୋପାଡ଼ି ଥିବା ସୁରାକ ପାଇ କେନ୍ଦୁଝର ପୁଲିସ ସହାୟତାରେ କମିସନରେଟ ପୁଲିସ ଖୋଳତାଡ କରୁଛି । ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା । ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି* ।

Smart Computer Ad
You might also like
error: Content is protected !!