ପ୍ରଧାନ ମଓଡିଶାକୁ ନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ  ”  ମାଆ ପାଇଁ ଗଛ ଟିଏ ” ଅଭିଯାନ

  କଣ୍ଟିଲୋ(ପ୍ରଭାକର ଶିରମଣି):-

ପ୍ରଧାନ ମଓଡିଶାକୁ ନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ  ”  ମାଆ ପାଇଁ ଗଛ ଟିଏ ” ଅଭିଯାନ ସମଗ୍ର ଓଡ଼ିଶାର. କୋଣ ଅନୁକୋଣ ରେ ଆଜି ବୁଧବାର ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ଅଧ୍ୟକ୍ଷl. ଡ଼. ନନ୍ଦିତା ବାରିକ ଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ଅଧ୍ୟାପିକା ଅଧ୍ୟାପକ ଓ ସମସ୍ତ କର୍ମଚାରୀ ମାନଙ୍କ ଦ୍ୱାରା. ୨୫୦ଟି ଚାରା ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା, ଯୁବ ରେଡ କ୍ରସ ସଭ୍ୟ ଓ ସ୍କାଉଟ୍ସ ଆଣ୍ଡ ଗାଇଡ଼ସ ସଭ୍ୟ ମାନଙ୍କ ସହାୟତାରେ ଅନୁଷ୍ଟିତ ହୋଇଥିଲା l ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାମୁ, କରଞ୍ଜ, ଅଁଳା, ତେନ୍ତୁଳି,ଆମ୍ବ, ବାହାଡା ଆଦି ବିଭିନ୍ନ କିସମ ର ଚାରା ଯୋଗାଇ ଦେଇଥିଲେ ବୋଲି କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ କୁ କଣ୍ଟିଲୋ ଅଞ୍ଚଳ ର ପୁରସ୍କାର ପ୍ରାପ୍ତ ଗଛ ସାର ଭାବେ ପରିଚିତ ଅବସର ପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ କଲେଜକୁ ଯାଇ  ପିଲା ମାନଙ୍କୁ ଉତ୍ସାହିତ କରିଥିଲେ l              ଉଲ୍ଲେଖ ଯୋଗ୍ୟ ଏହି ଯୋଜନା ରେ ସମଗ୍ର ଦେଶରେ ” ଏକ ପେଡ ମା କେ ନାମ ” ଅଭିଯାନ ରେ ସାମିଲ ହୋଇ ଆମ ଜନ୍ମ ଦାତ୍ରୀ ମା’ ଙ୍କ ପ୍ରତି ସମ୍ମାନ ପ୍ରଦାନ କରିବା ସହିତ ଧରିତ୍ରୀ ମାତା ର ସୁରକ୍ଷା ପାଇଁ ମିଳିମିଶି ଆମ ପରିବେଶର ଯତ୍ନ ନେଇ ଭବିଷ୍ୟତ ପୀଡ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢି ତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଘୋଷଣା କରିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ରେ ଏହି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି l ଏହି ପରିପ୍ରେକ୍ଷୀରେ କଣ୍ଟିଲୋ ନୀଳମାଧଵ ନୋଡାଲ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଦୁର୍ଯ୍ୟୋଧନ ମୁଦୁଲି ଙ୍କ ତତ୍ୱାବଧାନ ରେ ବିଦ୍ୟାପୀଠ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାପୀଠ ପରିସରରେ ୪୦ ଟି ଚାରା ରୋପଣ �

Smart Computer Ad
You might also like
error: Content is protected !!