ଗୋପାଳପୁର ସହ ଅନୁଗୁଳ ଓ ତାଳଚେରକୁ ହେବ ରେଳ ସଂଯୋଗକୁ ନେଇଥିବା ପଦକ୍ଷେପକୁ ଦକ୍ଷିଣ ଓଡିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶେଷ ଅଭିନନ୍ଦନ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଗୋପାଳପୁର ଠାରୁ ତାଳଚେର ଭାୟା ଆସିକା,ବୁଗୁଡ଼ା , ନୟାଗଡ ହୋଇ ତାଳଚେର ଯୋଗ କରିବାରେଳ ସଂଯୋଗରେ ଯୋଡ଼ିହେବା ନୂଆ ଅଧ୍ୟାୟ, ମାଲ ପରିବହନରେ ଫାଇନାଲ ସର୍ଭେ ପାଇଁ ମିଳିଛି ଅନୁମୋଦନ I DPR ପ୍ରସ୍ତୁତ କରିବାପାଇଁ ପୂର୍ବତଟ ରେଳପଥ କୁ ଦାୟିତ୍ୱା ଦିଆଯାଇଛି Iପୂର୍ବରୁ ବହୁବାର ଆନ୍ଦୋଳନ ହେଇଥିବା ଗୋପାଳପୁର ଠାରୁ ରେଢ଼ାଖୋଲ ,ତାଳଚେର, ଓ ରାୟଗଡା ରେଳପଥମଧ୍ୟରୁ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେବଳ ତାଳଚେରକୁ ପଦକ୍ଷେପ ନେଇଥିବା ବେଳେ ଗୋପାଳପୁର ରୁ ରେଢ଼ାଖୋଲ ମଧ୍ୟ ତ୍ୱରାନ୍ୱିତ କରିବାପାଇଁ ORIDIL ର ସର୍ଭେକୁ ନେଇ ବିଚାର ବିମର୍ଷ ଚାଲିଛି ଏହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବାପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି ସୂଚନା ମିଳିଛି I ଦକ୍ଷିଣ ଓଡ଼ିଶାର ପ୍ରମୁଖ ବିନ୍ଧାଣୀ ମାନଙ୍କ ଦ୍ଵାରା ଓଡ଼ିଶା ତଥା ଦେଶ ର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନ ହୋଇଥିଲା ।ସେମାନଙ୍କ ଅବଦାନ ସାରା ବିଶ୍ୱରେ ସର୍ବତ୍ର ପୂଜିତ ।ଦକ୍ଷିଣ ଓଡ଼ିଶାରେ ଭରପୂର ପ୍ରାକୃତିକ ସମ୍ପଦ ରହିଥିଲେ ମଧ୍ୟ ଆଜି ଦକ୍ଷିଣ ଓଡ଼ିଶା ବାସୀ ପ୍ରତ୍ୟେକ କ୍ଷେତ୍ର ରେ ଅବହେଳିତ ଓ ନିଷ୍ପେସିତ।ଦକ୍ଷିଣ ଓଡ଼ିଶାରେ ବସବାସ କରୁଥିବା ଆଦିବାସୀ ଓ ଅଧିବାସୀ ମାନଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତା ଆଜିସୁଦ୍ଧା ପୂରଣ ହୋଇ ପରିଲାନାହିଁ।ଭାରତ ସ୍ୱାଧୀନ ହେବାର ପ୍ରାୟ ଅଶିଏ ବର୍ଷ ଅତିକ୍ରାନ୍ତ ହେବା ପରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ କୌଣସି କ୍ଷେତ୍ର ରେ ବିଶେଷ ଉଲ୍ଲେଖନୀୟ ବିକାଶ ହୋଇନାହିଁ। ବିଳମ୍ବରେ ହେଲେମଧ୍ୟ କେନ୍ଦ୍ରମନ୍ତ୍ରୀ ନେଇଥିବା ପଦକ୍ଷେପକୁ ଆବାହକ ସରୋଜ ରଞ୍ଜନ ପଟ୍ଟନାୟକ, ଗଂଜାମ ଜିଲ୍ଲା ବିକାଶ ମଂଚ ର ଆବାହକ ରାଜେନ୍ଦ୍ର ପଣ୍ଡା ଓ ବିଭିନ୍ନ ଗଣ ସଂଗଠନ ପକ୍ଷରୁ କେନ୍ଦ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି ନିବେଦକ ଆପଣଙ୍କ ସେବାରେଦକ୍ଷିଣ ଓଡିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି9437261829,

Smart Computer Ad
You might also like
error: Content is protected !!