ଟାଟା ପାୱାରର ଗୋପନୀୟ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଟାଟା ପାୱାର ଗତ ୨ବର୍ଷ ହେଲା ରାଜସ୍ୱ ହରାଇ ଚାଲିଛି l ଏଭଳି ଘଟଣା ବାହୁଦା ନଦୀ ତଟରେ ଦେଖା ଦେଇଛି l ଜୁନିଅର ଇଞ୍ଜିନିୟର ଓ ପାଣି ପଞ୍ଚାୟତ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଯନ୍ତ୍ରୀଙ୍କ ପକେଟ ଗରମ ହେଉଛି l ଖୋଲା ଖୋଲି ଏଠାରେ ଚୋରାରେ ବିଦ୍ୟୁତ୍ ସଂଯୋଗ କରାଯାଇଛି l ଏବଂ ନଦୀରୁ ପାଣି ଉଠା ଯାଉଛି l ଚିକିଟି ବ୍ଲକ ଅନ୍ତର୍ଗତ ନୁଆପଡ଼ା ଓ ସୁରଙ୍ଗୀ ମୁଖ୍ୟ ରାସ୍ତା ପାର୍ଶ୍ବରେ ଏଭଳି ଲୁଚ କlଳି ଖେଳ ଚାଲିଛି l ସେହି ନଦୀ ତଟରେ ୨ଟି ମୋଟର ସ୍ଥାପନ ହୋଇଛି l ୫୦ଲକ୍ଷ ଟଙ୍କାରେ ଟାଟା ପାୱାର ଏହା ସ୍ଥାପନ କରିଛି l ମୋଟର ସ୍ଥାପନ ହେଲା କିନ୍ତୁ ବିଦ୍ୟୁତ୍ ସଂଯୋଗ ସେଠାରେ ହୋଇପାରି ନାହିଁ l ଟାଟା ପାୱାରର ଇଚ୍ଛାନୁରୁପ ବିଦ୍ୟୁତ୍ ସଂଯୋଗ ହୋଇ ପାରୁ ନାହିଁ କି ? ଅନ୍ୟପଟେ ଚୋରରେ ବିଦ୍ୟୁତ୍ ସଂଯୋଗ କରାଯାଇ ଶହ ଶହ ଏକର ଜମିକୁ ପାଣି ଯୋଗାଣ ହେଉଛି l ଜାଣି ରଖି ବିଦ୍ୟୁତ୍ ସଂଯୋଗ କରା ହେଉ ନାହିଁ କି l ସେଠାରେ ବିଦ୍ୟୁତ୍ ସଂଯୋଗ ହୋଇନି ନା କାରା ଯାଉନାହିଁ l ଟାଟା ପାୱାରର ଗୋପନୀୟନୂଆପଡ଼ା ଗ୍ରାମପଞ୍ଚାୟତ ଚଢିଆପଡ଼ା ପାଣିପଞ୍ଚାୟତରେ ଦିବାଲୋକରେ ହରିଲୁଟ ଚାଲିଛି l ଚୋରାରେ ଏଭଳି ବିଦ୍ୟୁତ୍ ନେବା ପାଇଁ ନା ସୁବିଧା କରାଯାଇଛି l ଟାଟା ପାୱାର ହାତ ବାନ୍ଧି ବସିଛି l ବରିଷ୍ଠ ଅଧିକାରୀମାନେ କାହିଁକି ନଜର ଦେଉ ନାହାଁନ୍ତି ତାହା ମଧ୍ଯ ପ୍ରଶ୍ନ ଉଠିଛି l ଘଟଣlର ତଦନ୍ତ ହେଲେ ବହୁ ଗୁମୁର କଥା ପର୍ଦ୍ଦାଫାଶ ହେବ l ଆଗକୁ ବିଦ୍ୟୁତ୍ ସଂଯୋଗ ହେଵ ନା ଏମିତି ଚୋରାରେ ପାଣି ଯୋଗାଣ ଚାଲିଥିବ l

You might also like
error: Content is protected !!