ବାଲିଗୁଡା:୦୯/୦୯(ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡା ପୁଲିସ ପକ୍ଷରୁ ଏସଆଇ ଏସଆଇ ସଞ୍ଜୟ କୁମାର ସ୍ଵାଇଁ ଓ ଭୋଳାନାଥ ପଣ୍ଡା ଭିନ୍ନ ଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସମୟରେ ଦୁଇ ଜଣ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫ ଟି ଦେଶୀବନ୍ଧୁକ ଓ ୪ ଟି କାଠ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ କରିଛନ୍ତି ।ସୂଚନା ମୁତବକ ସେପ୍ଟେମ୍ବର ୭ ତାରିଖ ଦିନ ପୂର୍ବ ସୂଚନା ଅନୁଯାୟୀ ଏସଆଇ ଭୋଳାନାଥ ପଣ୍ଡା ପାଟ୍ରୋଲିଂ କରି ଯାଞ୍ଚ କରୁଥିବା ବେଳେ ତିଲୋରି ପଞ୍ଚାୟତ ର ଟକିମହା ଗ୍ରାମର ବଳିଆ ପ୍ରଧାନ ଙ୍କ ଠାରୁ ଦୁଇଟି ଦେଶୀ ହାତ ତିଆରି ବନ୍ଧୁକ ଜବତ କରିଥିଲେ । ତାଙ୍କ ଠାରୁ କୌଣସି ଲିଇସେନ୍ଶ ତାଙ୍କ ନିକଟରେ ରହିନଥିବା ଜାଣି ଥିଲେ । ଏ ନେଇ ୨୭୪ /୨୫ ରେ ଏକ ମାମଲା ରୁଜୁ କରିଥିଲେ । ସେହିପରି ଏସଆଇ ସଞ୍ଜୟ କୁମାର ସ୍ଵାଇଁ ଗଞ୍ଜେଇ ନିରୀକ୍ଷଣ ପେଟ୍ରୋଲିଂ ସମୟ ରେ ତିଲୋରି ପଞ୍ଚାୟତ ର ଗ୍ଲୁଡ଼ା ଗ୍ରାମର ସୁଜନ ବିନ୍ଧାଣି ଏକ ନିଛାଟିଆ ସ୍ଥାନ ରେ ବନ୍ଧୁକ ଧରି ଗଞ୍ଜେଇ ପେକେଟ କୁ ଜଗି ରହିଥିଲା । ଏତିକି ବେଳେ ପୁଲିସ ମାଡି ବସିଥିଲେ । ପଚରା ଉଚରା ପରେ ତା ନିକଟରୁ ମୋଟ ୩ ଟି ଦେଶୀ ବନ୍ଧୁକ ୪ ଟି କାଠ ବଟଷ୍ଟକ ସହ ୧୨୭ କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୬ ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଦୁଇ ଜଣକୁ ପୁଲିସ ଗିରଫ କରି ସୋମବାର ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତ ସ୍ଵାଇଁ ଏକ ସାମ୍ବାଦିକ ସମ୍ବିଳନୀ କରି ସଫଳତା ର ତଥ୍ୟ ରଖିଛନ୍ତି ।