ବରିଷ୍ଠ ନାଗରିକ ମଞ୍ଚ ପାଳନ କଲା ଗୁରୁ ଦିବସ

ଛତ୍ରପୁର,(ବିଚିତ୍ରସାହୁ):-

ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏବଂ ଗ୍ରାମର ଯୁବ ଗୋଷ୍ଠୀ ତରଫରୁ ପବିତ୍ର ଗୁରୁଦିବସ ପାଳନ କରାଯାଇଛି l ଗ୍ରାମର ବରିଷ୍ଠ ତଥା ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ଏବଂ ତାଙ୍କର ଛାତ୍ର ଅବସର ପ୍ରାପ୍ତ ଶିକ୍ଷକ ପ୍ରକାଶ ପାଣିଗ୍ରାହୀଙ୍କୁ ଉଭୟ ଅନୁଷ୍ଠାନ ତରଫରୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ଯୁବ ସମାଜ ସେବୀ ବିକ୍ରମ ପାଣିଗ୍ରାହୀ, ଅମରେଶ୍ଵର ସାହୁ, ଶିବ ପାଣିଗ୍ରାହୀ, ସନ୍ତୋଷ ପ୍ରଧାନ ପ୍ରମୁଖ ଉଭୟ ଶିକ୍ଷକଙ୍କ ଛାତ୍ର ବାତ୍ସଳତା, ଶିକ୍ଷା ଦାନ, ସମାଜ ସେବା ଉପରେ ବର୍ଣନା କରି ଆଶୀର୍ବାଦ ହ୍ରହଣ କରିଥିଲେl ଉତ୍ତରରେ ଯୁବ ସମାଜ ସମାଜ ସେବାରେ ମନନିବେଶ କରି ଭଲ ମଣିଷ ହେଲେ ଗୁରୁମାନେ ଗର୍ବ ଏବଂ ସନ୍ତୋଷ ଅନୁଭବ କରିବେ ବୋଲି ବାର୍ତ୍ତା ଦେଇଥିଲେ l

Smart Computer Ad
You might also like
error: Content is protected !!