ରୋଟାରୀ କ୍ଲଵ ଈଷ୍ଟ ତରଫରୁ ଗୁରୁ ପୂଜନ ଉତ୍ସବ ପାଳିତ

ବ୍ରହପୁର,(ବିଚିତ୍ର ସାହୁ):-

ପବିତ୍ର ଗୁରୁ ଦିବସ ଅବସରରେ ରୋଟାରୀ କ୍ଳବ୍ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଗୁରୁପୂଜନ ଉତ୍ସବ ପବିତ୍ର ବତାବରଣ ମଧ୍ୟରେ ଆୟୋଜିତ ହୋଇଯାଇଛି l କ୍ଲଵ ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ପରୋହିତ୍ୟରେ ପରିଚାଳିତ ଉତ୍ସହବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ଓ ନିମନ୍ତ୍ରିତ 48 ଜଣ ଗୁରୁଙ୍କୁ ଉତତୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଚ୍ଚ ଶିକ୍ଷା ବିଭାଗ ର ଦକ୍ଷିଣାଞ୍ଚଳ ଉପ ନିର୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରାଚୀନ ଶିକ୍ଷା ପ୍ରଣାଳୀ ଓ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ତୁଳନାତ୍ମକ ତଥ୍ୟ ପ୍ରଦାନ କରି ବିଦେଶ ଶିକ୍ଷାକୁ ନାପସନ୍ଦ କରି ଗୁରୁଜୀ ବୃନ୍ଦ ଛାତ୍ର ଛାତ୍ରୀଙ୍କୁ ନିଜ ଦେଶର ଶିକ୍ଷା ଗ୍ରହଣ ପାଇଁ ମାର୍ଗ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ବରିଷ୍ଠ ଗଣ ମାଧ୍ୟମ ବ୍ୟକ୍ତିତ୍ୱ ସୁନୀଲ ମୋହନ ପଟ୍ଟନାୟକ ନିଜ ଜୀବନରେ ତାଙ୍କର ଜଣେ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ତାଙ୍କୁ ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରିଥିବା ବିଷୟ ସ୍ମରଣ କରି ଶିକ୍ଷକ ବର୍ଗ ଜାତି ଗଠନକରି ଓ ଉତ୍ତମ ମଣିଷ ସୃଷ୍ଟି କରନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ l ରୋଟାରୀ ଜୋନ 8 ର ଜୋନାଲ ଚେୟାରମ୍ୟାନ ଡ଼ଃ ରଂଜିତ କୁମାର ପାଢୀ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଶିକ୍ଷକ ସମାଜର ଅବଦାନ ଓ ଆଗ୍ରହକୁ ପ୍ରଶଂସା କରିଥିଲେ l ସହ ପ୍ରାନ୍ତପାଳ ଝରଣା ପଣ୍ଡା ମଧ୍ୟ ବକ୍ତବ୍ୟ ରଖି ରୋଟାରୀ ଈଷ୍ଟର କାର୍ଯ୍ୟାଧାରକୁ ପ୍ରଶଂସା କରିଥିଲେ l କ୍ଳବର ଲିଟେରାସି ଚେୟାରମ୍ୟାନ କାମରାଜୂ ମହାରଣା ଉତ୍ସବର ବିବରଣୀ, ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗ୍ରାୟ ରୋଟାରୀର ଉଦ୍ଦେଶ୍ୟ ଓ ଲକ୍ଷ, ପୂର୍ବତନ ସଭପତି ଅଜିତ ପୃଷ୍ଟି ରୋଟାରୀ ଇଷ୍ଟ ଦ୍ୱାରା଼ ପରିଚାଳିତ ହେଉଥିବା କୃତ୍ରିମ ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥେଲେ l ଅସିତ ଦତ୍ତ, ଡ଼ଃ ସରିତା ବେଗ୍ରାୟ ଓ ସୁମିତ ପଟ୍ଟନାୟକ ଅତିଥି ମାନଙ୍କ ପରଚୟ ପ୍ରଦାନ କରିଥିଲେ l ଜୟନ୍ତ କିଶୋର ପାତ୍ର, ନାରସୁ ଜେନା, ଏସ. ଦୁର୍ଗା ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରମେଶ୍ୱରୀ ନନ୍ଦ କାର୍ଯ୍ୟକ୍ରମ ସଂଜଯୋନା କରିଥିଲେ l ଶେଷରେ ଦମ୍ପାଦକ ଅଶ୍ୱନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Smart Computer Ad
You might also like
error: Content is protected !!