ବିଜେପି “ସେବା ପକ୍ଷ” ପାଳନ କରିବ

ବ୍ରହ୍ମପର(ରାଜେନ୍ଦ୍ର ସାହୁ):-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ପାଳନ ହେବାକୁ ଯାଉଛି l ଏହି ଅବସରରେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ “ସେବା ପକ୍ଷ” ପାଳନ କରାଯିବ l ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ପ୍ରସ୍ତୁତି ବୈଠକ ତଥା “ଜିଲ୍ଲାସ୍ତରୀୟ କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ l “ସେବା ପକ୍ଷକୁ” ଉତ୍ସାହର ସହ ପାଳନ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ୧୭ରୁ ୨ ଅକ୍ଟୋବର ଯାଏଁ ମଣ୍ଡଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଚାଲିବ । ସେବା କାର୍ଯ୍ୟ ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସ୍ୱଚ୍ଛତା ଅଭିଯାନ, ମା’ ପାଇଁ ଗଛଟିଏ, ସ୍ଵାସ୍ଥ୍ୟ ଏବଂ ରକ୍ତଦାନ ଶିବିର କରାଯିବ ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯିବ l ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ କରାଯିବା ସହ ଫିଲ୍ମ ପ୍ରଦର୍ଶିତ ହେବ l ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ ୨୧ ସେପ୍ଟେମ୍ବରରେ “ମୋଦି ବିକାଶ ମାରାଥନ” କାର୍ଯ୍ୟକ୍ରମ ହେବ । ସେପ୍ଟେମ୍ସର ୨୫ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ପ୍ରତ୍ୟକ ମଣ୍ଡଳ ଏବଂ ବୁଥ୍ ସ୍ତରରେ କରାଯିବା ନିଷ୍ପତ୍ତି ନିଆଯାଇଛି । ଏହାସହ ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ଏବଂ ପାରମ୍ପରିକ ଶିଳ୍ପକୁ ନେଇ “ଭୋକାଲ ଫର ଲୋକାଲ” ର ପ୍ରଚାର ଏବଂ ଗାନ୍ଧୀ ଓ ସାସ୍ତ୍ରୀ ଜୟନ୍ତୀ ପାଳନ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି l ସୁନିଲ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥୀ,,ବାଳକୃଷ୍ଣ ସାମନ୍ତରା,ଏସ୍ ରାଣୀ,ପ୍ରଦୀପ ନାୟକ,ଶରତ ପଟ୍ଟନାୟକ,ମଦନ ମୋହନ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ l

Smart Computer Ad
You might also like
error: Content is protected !!