ବାଲିଗୁଡା:୦୨/୦୯ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାଆ ବରାଳଦେବୀ ଯୁବ ନାଟ୍ୟ ସାଂସଦ ର ରାମାୟଣ ବହି ପୂଜନ କାର୍ଯକ୍ରମ ଅନୁଷ୍ଠିତ, ଏହି ବହି ପୂଜନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି, ଉପ ସଭାପତି ପ୍ରଭାକର ନାୟକ ,ନାଟ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନୀ, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ସହ ସଂପାଦକ ପ୍ରମୋଦ କୁମାର ଦଣ୍ଡସେନା, କୋଷାଧ୍ୟକ୍ଷ ବିଭୁତି ଭୁଷଣ ଲହରିଆ , ଗ୍ରାମ୍ୟ କାମିଟି ର ସଭାପତି ଜକେନ୍ଦ୍ର ପାତ୍ର, ଗ୍ରାମ୍ୟ କମିଟି ସମ୍ପାଦକ ସୁବ୍ରତ ପ୍ରଧାନୀ କାର୍ଯ୍ୟକାରିଣୀ ଉପଦେଷ୍ଟା ଏଲିଆଲ ଦିଗାଲ ଗ୍ରାମ୍ୟ କମିଟି ର



ପୂର୍ବତନ ସମ୍ପାଦକ ଶିବ ରାମ ପ୍ରଧାନୀ ବରିଷ୍ଠ କଳାକାର ପୀତବାସ ଡାକୁଆ, ପବିତ୍ର ନାୟକ, ଇନ୍ଦ୍ରମଣି ପାତ୍ର ଶୁକଦେବ ନାୟକ, ଟିକି ଦଣ୍ଡିଆ ଙ୍କ ସମେତ ବହୁକଳାକାର l ନାଟକର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ନାଟ୍ୟ ନିର୍ଦେଶକ ଭଗବାନ ସାହୁ lସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ଦୀର୍ଘ ଦଶବର୍ଷ ଧରି ମହାଭାରତ ନାଟକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ନାଟକ ପରିବେଷଣ କରି ସୁନାମ ଅର୍ଜନ କରିବା ସହିତ ସଂଗଠନ କୁ ସୁ ଦୃଢ଼ କରିଛି l ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ରେ ରାମାୟଣ ନାଟକ ର ଶୁଭାରମ୍ଭ ହେବ ବୋଲି ନାଟ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନୀ କହିଛନ୍ତି l

