ସାର ସମସ୍ୟା : ବିଜେଡ଼ି ରାସ୍ତାରେ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସାର ସମସ୍ୟା ଦେଖା ଦେଇଛି l ଏହାର ତୁରନ୍ତ ସମାଧାନ ଦାବି ଉଠିଛି l ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ବିକ୍ରମ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି l ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସାର ର ଅଭାବ କୁ ନେଇ ଦଳ ଏକ ଦାବିପତ୍ର ପ୍ରଦାନ କରିଛି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ମାଧମରେ ଏହା ପ୍ରଦାନ କରାଯାଇଛି l ଡ ଆର ସି ସି ପଟ୍ଟନାୟକ,ଚନ୍ଦ୍ର ଶେଖର ସାହୁ, ଶ୍ରୀକାନ୍ତ ସାହୁ, ଲତିକା ପ୍ରଧାନ,ସୁବାଷ ମହାରଣା, ପୂର୍ଣ୍ଣ ସ୍ୱାଇଁଙ୍କ ସମେତ ବିଜେଡି କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!